କର୍କଟ ,ଯକ୍ଷ୍ମା , ହଇଜା ଏବଂ ଗୁପ୍ତ ରୋଗ ଭଳି ୧୨ ଟି ରୋଗର ମୂଳପୋଛ କରିଥାଏ ଗାଇ କ୍ଷୀର ! କେବଳ ଉଚିତ୍ ଢଙ୍ଗରେ ପିଇବାର କୌଶଳ ଜାଣିବା ଆବଶ୍ୟକ ।

2,073

କ୍ଷୀର ପିଇବା ଯେ ସ୍ୱାସ୍ଥ୍ୟ ପକ୍ଷେ କେତେ ହିତକର ଏହା ତ ସମସ୍ତେ ଜାଣିଥିବେ । କିନ୍ତୁ ଆଜିକାଲିକା ପକେଟ୍ କ୍ଷୀର ,ଛେଳି କିମ୍ବା ମଇଁଷି କ୍ଷୀର ପିଇବା ଅପେକ୍ଷା ଗାଇକ୍ଷୀର ପିଇବା ସବୁଠାରୁ ଅଧିକ ଫଳପ୍ରଦ । ଗାଇକ୍ଷୀରରେ ୧୨ ଟି ରୋଗକୁ ମୂଳପୋଛ କରିବାର ସାହସ ଥାଏ । ତେବେ ଏହା ମେଲବର୍ଣ୍ଣର ଏକ ପରୀକ୍ଷାଗାରରୁ ସର୍ଭେ କରି ଚିହ୍ନଟ କରାଯାଇଛି । ତେବେ ଆସନ୍ତୁ ଗାଇ କ୍ଷୀରରେ କେଉଁ କେଉଁ ରୋଗକୁ ଦୂର କରାଯାଇପାରିବ ସେ ବିଷୟରେ ଜାଣିବା ।

୧ . ସର୍ଭେ ଅନୁସାରେ କ୍ଷୀରରୁ ବାହାରୁଥିବା କ୍ରୀମ୍ କୁ ପ୍ରତିଦିନ ସେବନ କଲେ ଏଡସ୍ ରୋଗରୁ ମଣିଷକୁ ବଞ୍ଚାଇବା ପାଇଁ ସହାୟକ ହୋଇଥାଏ । ମେଲବର୍ଣ୍ଣର ଗର୍ଭବତୀ ଗାଇଙ୍କ ଠାରେ ଏହି ରୋଗକୁ ନିୟନ୍ତ୍ରଣ କରିବାର ନମୁନା ଦେଖାଦେଇଥିଲା ।

୨ . ବୌଦ୍ଧିକ ବିକାଶ ତଥା ମସ୍ତିଷ୍କର ବିକାଶ ପାଇଁ ଗାଇକ୍ଷୀର ଖୁବ୍ ଲାଭଦାୟକ । ଉଭୟ ବ୍ୟକ୍ତି ଏବଂ ପିଲାଙ୍କ ପାଇଁ ଏହି କ୍ଷୀର ଲାଭଦାୟକ ହୁଏ ।

୩ . ଗାଇର କ୍ଷୀର ହଜମକ୍ରିୟା ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ଖାଦ୍ୟକୁ ହଜମ କରିବା ପାଇଁ କ୍ଷୀର ପିଇବା ନିତାନ୍ତ ଆବଶ୍ୟକ । ପାଚନପ୍ରକ୍ରିୟାକୁ ସୁସ୍ଥ ରଖିଥାଏ ଗାଇକ୍ଷୀର ।

୪ . ପୁରୁଷଙ୍କ ଶୁକ୍ରାଣୁରେ କମ୍ ମାତ୍ରା ଦେଖାଦେଉଥିଲେ ଗାଇକ୍ଷୀରର ସେବନ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାଦ୍ୱାରା ଶରୀରରେ ଉର୍ଜା ବଢିବା ସହ ବଳ ମିଳିଥାଏ ଏବଂ ଶୁକ୍ରାଣୁ ସଂଖ୍ୟା ବୃଦ୍ଧି ହୋଇଥାଏ ।

୫ . ପ୍ରତିଦିନ ଗାଇକ୍ଷୀର ପିଇବା ଯକ୍ଷ୍ମା ରୋଗୀଙ୍କ ପାଇଁ ଫଳପ୍ରଦ ହୋଇଥାଏ । ଏହାଦ୍ୱାରା ଯକ୍ଷ୍ମା ରୋଗର ନିୟନ୍ତ୍ରଣ ହୋଇଥାଏ । ରାତିରେ ବୟୋଜ୍ୟେଷ୍ଠ କ୍ଷୀର ପିଇ ଶୋଇଲେ ଶରୀରକୁ ବଳ ମିଳିଥାଏ ।

୬ . ପିତ୍ତ ସମ୍ବନ୍ଧ ସମସ୍ୟାକୁ ଦୂରେଇବା ପାଇଁ ପ୍ରତିଦିନ ଗାଇକ୍ଷୀର ପିଇବା ଆବଶ୍ୟକ । ଏହାଦ୍ୱାରା ଗ୍ୟାସ୍ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

୭ . ପିଲାଙ୍କ ମଧ୍ୟରେ ରିକେଟସ୍ କିମ୍ବା ଶୁଖିଲା ରୋଗ ଦେଖାଗଲେ ଗାଇକ୍ଷୀରକୁ ବାଦାମରେ ମିଶାଇ ପିଅନ୍ତୁ । ଏହା ମେଡିସିନ୍ ଭଳି କାମ କରିବ । ରକ୍ତ କୋଶିକା ବୃଦ୍ଧି କରିବାରେ ଏହା ସହାୟକ ହେବ ।

୮ . କଞ୍ଚା ଗାଇକ୍ଷୀରକୁ ତ୍ୱଚାରେ ମାଲିସ୍ କରାଯାଇପାରେ । ଏହା ଏକ ଭଲ ବିୟୁଟି କେୟାର୍ ହେବ । ଚେହେରାକୁ ଗୋରା,ଦାଗହୀନ ଏବଂ କୋମଳ କରିବା ପାଇଁ ଆପଣ ମଧ୍ୟ କଞ୍ଚା ଗାଇକ୍ଷୀରର ବ୍ୟବହାର କରନ୍ତୁ ।

୯ . ଗାଇକ୍ଷୀରର ହଳଦିଆ ଅଂଶ ଆଖି ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ଏହାକୁ କେରୋଟିନ୍ କୁହାଯାଏ । ଏହା ଆଖିକୁ ସୁନ୍ଦର କରିବା ସହ ଆଖିର ରୋଷନୀକୁ ମଧ୍ୟ ବଢାଇଥାଏ ।

୧୦ . କ୍ୟାନ୍ସର ,ଟିଭି, ହଇଜା ଭଳି ଅନେକ ରୋଗ ପାଇଁ ଗାଇକ୍ଷୀର ମହୋଷଧିର କାମ କରେ । ଏହା ଅମୃତ ଭଳି କାମ କରିଥାଏ । ଏକାକି ହିଁ କ୍ଷୀର ଛୁଆଙ୍କୁ ପୋଷଣ ଦେବାରେ ସକ୍ଷମ ହୋଇଥାଏ ।

୧୧ . ମେଡିସିନ୍ ତଥା ଅନ୍ୟ କ୍ୟାମିକାଲ୍ ପଦାର୍ଥରୁ ଶରୀରକୁ ବଞ୍ଚାଇବା ପାଇଁ ଗାଇକ୍ଷୀର ବହୁତ ଭଲ ହୋଇଥାଏ ।

୧୨ . ଏଥିରେ ଭିଟାମିନ୍ – ଏ ର ପରିମାଣ ଅଧିକ ଥାଏ । ପୁରୁଣା ରୋଗ,ମାନସିକ ରୋଗ,ପେଟ ରୋଗ , ଗୁପ୍ତ ରୋଗ ଏବଂ ହୃଦୟ ରୋଗକୁ କମ୍ କରିଥାଏ ଗାଇକ୍ଷୀର ।