ବୁଲା ଗାଈଗୋରୁଙ୍କ ପାଇଁ ବଢୁଛି ଦୁର୍ଘଟଣା! ଗାଈକୁ ଗୁହାଳରେ ରଖିବା ପାଇଁ ସଚେତନ କଲା ପ୍ରଶାସନ

ମାଲିକଙ୍କୁ ସଚେତନ କରିବା ପାଇଁ ସମ୍ବଲପୁର ସହରରେ ବୁଲୁଛି ପ୍ରଚାର ଗାଡି

134

କନକ ବ୍ୟୁରୋ: ସମ୍ବଲପୁର ମହାନଗର ନିଗମର ବୁଲୁ ଥିବା ଗାଈଗୋରୁଙ୍କୁ ଗୁହାଳରେ ରଖିବା ନେଇ ଅଭିନବ ଉପାୟ । ମାଲିକଙ୍କୁ ସଚେତନ କରିବା ପାଇଁ ସହରରେ ବୁଲୁଛି ପ୍ରଚାର ଗାଡି । ଗାଈ ଗୁଡିକୁ ଘରେ ରଖ ନଚେତ ମହାନଗର ନିଗମ ଜବତ କରିବ ।

ବୁଲା ଗାଈଙ୍କ ପାଇଁ ବଢୁଛି ଦୁର୍ଘଟଣା! ସଚେତନତା ପାଇଁ ବୁଲୁଛି ପ୍ରଚାର ଗାଡି । ସମ୍ବଲପୁର ଜିଲ୍ଲାରେ ଦିନକୁ ଦିନ ଦୁର୍ଘଟଣା ବଢୁଛି । ଆଉ ଏହାର ମୁଖ୍ୟ କାରଣ ପାଲଟିଛନ୍ତି ବୁଲା ଗାଇଗୋରୁ । ତେଣୁ ଗାଈଗୋରୁଙ୍କୁ ମାଲିକମାନେ ଗୁହାଳରେ ରଖିବା ପାଇଁ ସଚେତନ କରାଉଛି ସମ୍ବଲପୁର ମହାନଗର ନିଗମ । ଏକ ସ୍ୱତନ୍ତ୍ର ପ୍ରଚାର ଗାଡି ସହର ସାରା ବୁଲି ପ୍ରଚାର କରୁଛି । ଗାଈମାନଙ୍କୁ ଘରେ ବାନ୍ଧି ରଖ ନହେଲେ ଗୋଶାଳା ପଠାଇ ଦିଆଯିବ । ଏହାସହ ମାଲିକଙ୍କଠୁ ଜରିମାନା ଆଦାୟ କରାଯିବ ବୋଲି ଚେତାବନୀ ଦେଉଛି ମହାନଗର ନିଗମ ।

ସେପଟେ ବୁଲା ଗାଈଗୋରୁଙ୍କ ପାଇଁ ଅତିଷ୍ଠ ହୋଇ ଗଲେଣି ସମ୍ବଲପୁର ବାସିନ୍ଦା । ରାତିଦିନ ଯେତେବେଳେ ଦେଖିବେ ରାସ୍ତା ମଝିରେ ଗାଈ ଗୋରୁ ଶୋଇରହୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବାର ନଜିର ରହିଛି । ପ୍ରଶାସନର ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଉଛି । ତେବେ ସମ୍ବଲପୁର ମହାନଗର ନିଗମର ଚେତାବନୀ ଓ ସଚେତନ ଗାଈ ମାଲିକଙ୍କୁ କେତେ ମାତ୍ରାରେ ପ୍ରଭାବିତ କରୁଛି ତାହା ସମୟ କହିବ ।