ଗାଈର ପେଟ ଭଳି ଲାଗୁଥିବା ଏକ ମେସିନ୍, ଯାହା କେବଳ ୭ ଦିନରେ ତିଆରି କରିବ ଜୈବିକ ଖତ

34

ଭାରତୀୟ ପଶୁ ଅନୁସନ୍ଧାନ ସଂସ୍ଥା (ଆଇବିଆରଆଇ)ର ବୈଜ୍ଞାନିକମାନେ ଓ ଆଇଆଇଟି ରୁରକି ତାଙ୍କର ମିଳିତ ପ୍ରୟାସରେ ଏକ ମେକାନିକାଲ ‘କାଓ କମ୍ପୋଷ୍ଟିଙ୍ଗ ମେସିନ୍’ ନିର୍ମାଣ କରିଛନ୍ତି । ଏହି ମେସିନ୍ ୭ ଦିନରେ ଜୈବିକ ଖତ ତିଆରି କରିବ ।

“ପ୍ରକୃତରେ ଖତ ପ୍ରସ୍ତୁତ କରିବା ପାଇଁ କୃଷକଙ୍କୁ ଏକ ବର୍ଷ ସମୟ ଲାଗିଥାଏ , ଯାହାକି ବହୁତ ଦୀର୍ଘ ସମୟ । ଏହି ସମୟକୁ କମ୍ କରିବା ପାଇଁ ଆଇଆଇଟି ରୁରକିର ସହାୟତା ନିଆଯାଇଛି ଓ ମେସିନ୍ ଗାଈକୁ ନିର୍ମାଣ କରାଯାଇଛି । ଏହି କମ୍ପୋଷ୍ଟିଙ୍ଗ ମେସିନ୍ ୭ ଦିନରେ ଖତ ପ୍ରସ୍ତୁତ କରିଦିଏ । ମାଟିର ସ୍ୱାସ୍ଥ୍ୟକୁ ସୁଧାରିବା ପାଇଁ ଏମିତି ବୈଷୟିକ କୈାଶଳର ଆବଶ୍ୟକତା ଥିଲା ଏହି ମେସିନ୍ କୁ ବର୍ଷ ୨୦୧୪ରେ ନିର୍ମାଣ କରାଯାଇଥିଲା । ସେବେଠାରୁ ଏହି ମେସିନ୍ କୁ ଆହୁରି ଉନ୍ନତ କରିବାର ପ୍ରୟାସ ଚାଲୁଛି ”, ଏମିତି କୁହନ୍ତି ଆଇବିଆରଆଇର ପଶୁ ଆନୁବଂଶିକ ବିଭାଗର ପ୍ରଧାନ ବୈଜ୍ଞାନିକ ଡା. ରଣବୀର ସିଂହ ।

ଏହା ପୂର୍ବରୁ ଜୈବିକ ଖତର ପ୍ରକ୍ରିୟାକୁ ୪୦ ଦିନରେ ପୁରା କରିବା ପାଇଁ ଆଇବିଆରଆଇ ଦ୍ୱାରା ଜୟଗୋପାଳ ଭର୍ମିକଲଚର ଟେକ୍ନିକ୍ ବିକଶିତ କରାଯାଇଥିଲା । ଏହାଠୁ ଆହୁରି ଶୀଘ୍ର ଖତ ତିଆରି କରିବା ପାଇଁ ବୈଜ୍ଞାନିକଙ୍କ ଦ୍ୱାରା ମେକାନିକାଲ କାଓ କମ୍ପୋଷ୍ଟିଙ୍ଗ ମେସିନ୍ ବିକଶିତ କରାଯାଇଛି । ଏହି ମେସିନ୍ ରେ ପ୍ରତିଦିନ ୧୦୦ କିଲୋ ଘାସ ପକାଇବେ ଯଦି ଆସନ୍ତା ୭ ଦିନ ପରଠାରୁ ପ୍ରତିଦିନ ୧୦୦ କିଲୋ ଖତ ମିଳିବା ଆରମ୍ଭ ହୋଇଯିବ ।

ଏହି ମେସିନ୍ ର ସଂରଚନା ଗାଈର ପେଟ ଭଳି ହୋଇଛି । ଆଇଆଇଟି ରୁରକି ଦ୍ୱାରା ଏହି ପୁରା ମେସିନ୍ କୁ ନିର୍ମାଣ କରାଯାଇଛି । ୫ ଲକ୍ଷ ବ୍ୟୟ ଅଟକଳରେ ଏହାର ନିର୍ମାଣ କରାଯାଇଛି । ଏହା ସଂପୂର୍ଣ୍ଣ ରୂପେ ଲୁହାରେ ତିଆରି ଓ ଭଲ ପରିଚାଳନା ପାଇଁ ଏହି ମେସିନ୍ ବହୁତ ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ।