ଦେଶରେ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୬ ହଜାର ୬୫୪ ନୂଆ ଆକ୍ରାନ୍ତ ଚିହ୍ନଟ । ଦିନକରେ କରୋନା ନେଲା ୧୩୭ ଜୀବନ

437

କନକ ବ୍ୟୁରୋ: ଦେଶରେ ବଢୁଛି କରୋନାର ପ୍ରକୋପ । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୩ ହଜାର ୭ ଶହ ପାର୍ । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ହଜାର ୭୨୦କୁ ବୃଦ୍ଧି ପାଇଛି । ଏହାସହିତ ଦେଶରେ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୨୫ହଜାର ୧୦୧ରେ ପହଂଚିଛି । ତେବେ ତାଜା ସୂଚନା ଅନୁସାରେ, ଗତ ୨୪ ଘଂଟା ମଧ୍ୟରେ କରେ ସର୍ବାଧିକ ୬ ହଜାର ୬୫୪ ଜଣ ନୂଆ କରୋନା ଆକ୍ରାନ୍ତ ଠାବ ହୋଇଥିବା ବେଳେ ୧୩୭ଜଣଙ୍କର କରୋନା ମହାମାରୀରେ ଜୀବନ ଯାଇଛି । ସେହିଭଳି ବର୍ତ୍ତମାନ ସୁଦ୍ଧା ମୋଟ ୫୧ ହଜାର ୭୮୪ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ ସ୍ପଷ୍ଟ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ତେବେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ସବୁଠୁ ଆଗରେ ରହିଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ସଂଖ୍ୟା ୪୪ହଜାର ୫୮୨ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୫ ଶହ ୧୭କୁ ବୃଦ୍ଧି ପାଇଛି । ସେହିପରି ଗୁଜରାଟରେ ୧୩ହଜାର ୨୬୮ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୮୦୨କୁ ବୃଦ୍ଧି ପାଇଛି । ସେହିଭଳି ଦିଲ୍ଲୀରେ ୧୨ ହଜାର ୩୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ରହିଛି ୨୦୮ । ସେହିପରି ଆନ୍ଧ୍ରପ୍ରଦେଶରେ ୨୭୦୯କରୋନା ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୫୫ରେ ପହଂଚିଛି । ମଧ୍ୟପ୍ରଦେଶରେ ୬ ହଜାର ୧୭୦ ଜଣ ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୭୨କୁ ବୃଦ୍ଧି ପାଇଥିବା ନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ।