ମେୟର ଅନନ୍ତ ନାରାୟଣ ଜେନାଙ୍କୁ ସୁରକ୍ଷା ଦେଲେ କୋର୍ଟ : ବିବାଦୀୟ ଭିଡିଓ ପ୍ରସାରଣ ଉପରେ ଲଗାଇଲେ ରୋକ୍

34

କନକ ବ୍ୟୁରୋ : ମେୟର ଅନନ୍ତ ନାରାୟଣ ଜେନାଙ୍କ ସଂପୃକ୍ତି ଅଭିଯୋଗରେ ଚାଲିଥିବା ବିବାଦୀୟ ସେକ୍ସ ଭିଡିଓର ପ୍ରସାରଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୫ଟି ବୈଦ୍ୟୁତିକ ଗଣମାଧ୍ୟମ ଓ ଭିଡିଓ ଜାରି କରିଥିବା ସଂସ୍ଥା ସହ ଅଭିଯୋଗ ଆଣିଥିବା ଛାତ୍ର କଂଗ୍ରେସ ସଭାପତିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି କୋର୍ଟ ।

ଆସନ୍ତା ୨୮ ତାରିଖରେ ସେମାନେ କୋର୍ଟରେ ହାଜର ହୋଇ କାହିଁକି ଏହି ଭିଡିଓ ପ୍ରସାରଣ କରାଗଲା ସେନେଇ ଉତର ରଖିବେ । ଏକ ସମ୍ବାଦିକ ସମ୍ମିଳନୀରେ ମେୟର ଅନନ୍ତ ନାରାୟଣ ଜେନା ଓ ତାଙ୍କ ଓକିଲ କୋର୍ଟଙ୍କ ନିର୍ଦ୍ଦେଶନାମାକୁ ସାମ୍ବାଦିକଙ୍କୁ ବାଂଟିଛନ୍ତି ।

ଦେଖନ୍ତୁ ଏହି ଭିଡିଓ –