କୋର୍ଟର ବଡ ନିଷ୍ପତି: ବୋହୂର ଅଭିଯୋଗକୁ ଆଧାର କରି ଶାଶୂଘର ଲୋକଙ୍କୁ କରାଯାଇପାରିବନି ଦୋଷୀ, ତଦନ୍ତ ଆଳରେ ଘରର ସବୁ ସଦସ୍ୟଙ୍କୁ ଥାନାକୁ ଟାଣିପାରିବନି ପୁଲିସ୍

121

ଆମିଷ ରାନ୍ଧିବାକୁ କହିବା, ଓଷାବ୍ରତ କରିବାକୁ କହିବା, ଟିଭି ଦେଖିବାକୁ ମନା କରିବା କିମ୍ବା ବାହାର ଲୋକଙ୍କୁ ଘରକୁ ଡାକିବା ଉପରେ ପ୍ରତିବନ୍ଧକ ଲଗାଇବା ଭଳି ଅଭିଯୋଗ ଲଗାଇ ନଣନ୍ଦ କିମ୍ବା ପରିବାରର ବାକି ସଦସ୍ୟଙ୍କ ବିରୋଧରେ ମାନସିକ ପ୍ରତାଡନା ବା ନିର୍ଯାତନା ନେଇ ଦାଖଲ ହୋଇଥିବା ଏଫଆଇଆରକୁ ପଂଜାବ ହାଇକୋର୍ଟ ଖାରଜ କରିଛି । ହାଇକୋର୍ଟ କହିଛି କି, ପତ୍ନୀଙ୍କ ଦ୍ୱାରା ପ୍ରତାଡିତ ମାମଲାରେ ହୋଇଥିବା ଏଫଆଇଆରରେ ଶ୍ୱଶୁରଘରର ଅଧିକରୁ ଅଧିକ ଲୋକଙ୍କୁ ଥାନା ବା କୋର୍ଟକଚେରୀକୁ ଟାଣିବା ଭଳି ପ୍ରବୃତି ବନ୍ଦ ହେବା ଦରକାର । ଏଥିପାଇଁ ପୁଲିସ୍ ବି ସଚେତନ ହେବା ବହୁତ ଜରୁରୀ ।

ସୂଚନା ମୁତାବକ, ଜଣେ ମହିଳା ଅଭିଯୋଗ କରିଥିଲେ କି, ତାଙ୍କ ଶାଶୂ , ଶ୍ୱଶୁର , ସ୍ୱାମୀ ଏବଂ ନଣନ୍ଦ ମିଶି ତାଙ୍କୁ ଅକନୀୟ ନିର୍ଯାତନା ଦେଉଛନ୍ତି । ମହିଳା ଜଣକଙ୍କର ଅଭିଯୋଗ ଥିଲା କି, ତାଙ୍କ ନଣନ୍ଦ ଏବଂ ସ୍ୱାମୀ ମିଶି ତାଙ୍କୁ ପ୍ରତାଡିତ କରୁଥିଲେ । ଏପରିକି ତାଙ୍କର ବନ୍ଧୁମାନଙ୍କୁ ଘରକୁ ଡାକିବାକୁ ମନା କରୁଥିଲେ । ଘରର ଲ୍ୟାଣ୍ଡ ଲାଇନ ନମ୍ବର କାହାକୁ ଦେବାକୁ ମନା କରୁଥିଲେ । ଖାଲି ଏତିକି ନୁହେଁ ତାଙ୍କୁ ଆହୁରୀ ମଧ୍ୟ ଅଭିଯୋଗ ଥିଲା କି, ତାଙ୍କୁ ଟିବି ଦେଖିବାକୁ ବାରଣ କରାଯାଉଥିଲା, ମଙ୍ଗଳବାର ଆମିଷ ରାନ୍ଧିବାକୁ ବାଧ୍ୟ କରାଯାଉଥିଲା ଏବଂ ଓଷା ବ୍ରତ କରିବାକୁ ମଧ୍ୟ ବାଧ୍ୟ କରାଯାଉଥିଲା ।

ତେବେ ମହିଳାଙ୍କ ଏଭଳି ଅଭିଯୋଗକୁ ଭିତ୍ତି କରି ଶ୍ୱଶୁରଘର ଲୋକଙ୍କର ସବୁ ସଦସ୍ୟଙ୍କୁ ଏଭଳି କୋର୍ଟ କଚେରୀକୁ ଘୋଷାଡିବାକୁ କୋର୍ଟ ମନାକରିଦେଇଥିଲା । କୋର୍ଟ କହିଛି କି, ମହିଳା ନିଜ ଶ୍ୱଶୂରଘର ଲୋକଙ୍କ ବିରୋଧରେ ଯେଉଁସବୁ ଅଭିଯୋଗ ଲଗାଯାଇଛନ୍ତି, ତାକୁ କ୍ରୁରତା ବା ନିର୍ଯାତନା ବୋଲି କୁହାଯାଇପାରିବ ନାହିଁ । ପୁଲିସ ବି ଏଭଳି ଅଭିଯୋଗକୁ ଆଧାର କରି କାର୍ଯ୍ୟାନୁଷ୍ଠାନ କରିପାରିବ ନାହିଁ । ଏଭଳି ମାମଲାରେ ପୁଲିସ୍ ସମ୍ବେଦନହୀନ ରହି ଏବଂ ନିଜର କର୍ତ୍ତବ୍ୟ ପାଳନ କରିବାରେ ଅକ୍ଷମ ।

ପଂଜାବ ହାଇକୋର୍ଟ ଏହି ମାମଲାରେ ନିଜର ଏକ ଟିପ୍ପଣୀ ଦେଇ କହିଛି କି, ଘରୋଇ ହିଂସା ମାମଲାରେ ଘରର ସବୁ ସଦସ୍ୟଙ୍କୁ କୋର୍ଟକଚେରୀକୁ ଟାଣିବା ଭଳି ପ୍ରବୃତିକୁ ବନ୍ଦ କରାଯାଉ । ଏଭଳି ଅଭିଯୋଗରୁ ସ୍ପଷ୍ଟ ପ୍ରମାଣିତ ହେଉଛି କି, ଏଭଳି ଅଭିଯୋଗ କେବଳ ଅଧିକରୁ ଅଧିକ ଲୋକଙ୍କ ନାଁ ଏଫଆଇଆରରେ ସାମିଲ କରିବା ପାଇଁ ଲଗାଯାଉଛି । ପୁଲିସ୍ ବି ବିନା କୌଣସି ତଦନ୍ତରେ ଏଭଳି ଧରଣର ମାମଲାକୁ ଆଗକୁ ବଢାଇବାକୁ ପ୍ରସୟ ଦେଉଛି, ଯାହାକି ସଂପୂର୍ଣ୍ଣ ରୂପେ ଭୁଲ୍ ।

Comments are closed.