ସଜା ପାଇଲା ସଇତାନ୍ : ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ଫାଶୀ ଦଣ୍ଡାଦେଶ

570

କନକ ବ୍ୟୁରୋ : ସଜା ପାଇଲା ସଇତାନ୍। ଦୁଷ୍କର୍ମକାରୀକୁ ଫାଶୀଦଣ୍ଡ ଦଣ୍ଡାଦେଶ । ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ । କଟକ ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଫାଶୀଦଣ୍ଡ । ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ଦୌରାଜଜ୍ । ପୋସ୍କୋ ଆଇନ୍ ଅନୁସାରେ ସଜା ପାଇଲା ଅଭିଯୁକ୍ତ । ଗତକାଲି ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ଦୋଷୀ ସାବ୍ୟସ୍ତ କରିଥିଲେ ସ୍ବତନ୍ତ୍ର ପୋସ୍କୋ।

ସୂଚନଯୋଗ୍ୟ ୨୦୧୮ ଏପ୍ରିଲ ୨୧ରେ ଘଟିଥିଲା ଅତି ଅମାନବୀୟ ଘଟଣା । ସେଦିନ ସନ୍ଧ୍ୟାରେ ସାଲେପୁର ଥାନା ଜଗନ୍ନାଥପୁରର ଜଣେ ୬ ବର୍ଷର ଝିଅକୁ ଚକୋଲେଟ ଦେବାକୁ କହି ପଡୋଶୀ ମୁସ୍ତାକ ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ ସହ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲା । ଗୁରୁତର ନାବାଳିକାକୁ ସ୍ଥାନୀୟ ଲୋକ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ଡାକ୍ତରଖାନା ଓ ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହି ମାମଲାରେ ୨୩ ଜଣଙ୍କୁ ସାକ୍ଷୀ ପ୍ରଦାନ କରିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ପୁଲିସ ମୁସ୍ତାକକୁ ଗିରଫ କରିଥିଲା ।

ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାଟି ପ୍ରାଣ ହରାଇବା ପର ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । କ୍ରାଇମବ୍ରାଞ୍ଚ ମାମଲାକୁ ‘ରେଡ ଫ୍ଲାଗ’ ଶ୍ରେଣୀଭୁକ୍ତ କରିଥିଲା ।  ସ୍ବତନ୍ତ୍ର ପୋସ୍କୋ ଅଦାଲତରେ ଏହି ମାମଲାର ବିଚାର ଚାଲିଥିଲା। ଆଜି ମହମ୍ମଦ ମୁସ୍ତାକକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି ସ୍ବତନ୍ତ୍ର ପୋସ୍କୋ କୋର୍ଟ ।