ଲୋକମାନଙ୍କୁ କ୍ଷତିପୂରଣ ରାଶି ଦେବାରେ ବିଫଳ ହେଲା ରେଳବାଇ, ଟ୍ରେନ୍ ଇଞ୍ଜିନକୁ ଜବତ କରିବା ପାଇଁ ଆଦେଶ ଦେଲା କୋର୍ଟ

ରେଲେଓ୍ଵର ଏକ ପ୍ରକଳ୍ପ ପାଇଁ ୨୦ବର୍ଷ ପୂର୍ବରୁ ଏକ ଜମି ଅଧିଗ୍ରହଣ ହୋଇଥିଲା।

124

ରେଲେଓ୍ଵର ଏକ ପ୍ରକଳ୍ପ ପାଇଁ ୨୦ବର୍ଷ ପୂର୍ବରୁ ଏକ ଜମି ଅଧିଗ୍ରହଣ ହୋଇଥିଲା। ତେବେ ଏହି ଅଧିଗ୍ରହଣ ପାଇଁ ଏଯାଏଁ ଲୋକମାନଙ୍କୁ କ୍ଷତିପୂରଣ ରାଶି ଦେବାରେ ବିଫଳ ହେବା ହେତୁ ସ୍ଥାନୀୟ ଅଦାଲତ ଟ୍ରେନର ଇଞ୍ଜିନ୍ ଓ କଲେକଟ୍ରେଟର ଦୁଇଟି ଯାନ ଜବତ କରିବା ପାଇଁ ଆଦେଶ ଦେଇଛନ୍ତି।

କାଞ୍ଚିପୁରମର ଏହି ଅଦାଲତର ଅଧିକାରୀ ରେଲେଓ୍ଵ-ଷ୍ଟେସନକୁ ଯାଇ ତିରୁପତି-ପଣ୍ଡିଚେରୀ ଫାଷ୍ଟ ପାସେଞ୍ଜର ଟ୍ରେନ୍ ଇଞ୍ଜିନ୍ ଜବତ କରିବା ପାଇଁ ଚେଷ୍ଟା କରିଥିଲେ। ସୂଚନାଯୋଗ୍ୟ, ପାଖାପାଖି ୨୦ବର୍ଷ ପୂର୍ବେ ରେଲେଓ୍ଵର ଏକ ପରିଯୋଜନା ପାଇଁ ଲୋକଙ୍କ ଜମି ଅଧିଗ୍ରହଣ କରାଯାଇଥିଲା, କିନ୍ତୁ ଏଯାବତ୍ ସେହି ଲୋକମାନଙ୍କୁ କ୍ଷତିପୂରଣ ରାଶି ଦିଆଯାଇନାହିଁ। ନିମ୍ନ ଅଦାଲତର ଆଦେଶକୁ ପୂରା କରିବା ପାଇଁ ଅଧିକାରୀ ଆବେଦନକାରୀଙ୍କ ସହିତ ମିଶି ଶୁକ୍ରବାର ରେଲେଓ୍ଵ ଜଙ୍କସନରେ ପହଞ୍ଚିଥିଲେ।

ଉଲ୍ଲେଖଯୋଗ୍ୟ, ରେଲେଓ୍ଵ ପ୍ରକଳ୍ପ ପାଇଁ ଜମିର ଅଧିଗ୍ରହଣର ଏହି ମାମଲା ୧୯୯୯ ମସିହାର। ଏଠାକାର ସ୍ଥାନୀୟ ବାସିନ୍ଦା ମୁମତାଜ ବେଗମ ଓ ଅନ୍ୟ ମାନଙ୍କ ଜମି ଅଧିଗ୍ରହଣ କରାଯାଇଥିଲା। ବେଗମ୍ ଓ ଅନ୍ୟମାନେ ଏହି ସମ୍ବନ୍ଧରେ ଅଧିକ କ୍ଷତିପୂରଣ ରାଶି ଦାବି କରି ଅଦାଲତରେ ଆବେଦନ କରିଥିଲେ। ଯେତେବେଳେ ରାଜ୍ୟ ପ୍ରଶାସନ ଏହି ଅଧିକ କ୍ଷତିପୂରଣ ରାଶି ଲୋକମାନଙ୍କୁ ଦେଇନଥିଲା, ସେତେବେଳେ ଆବେଦନକାରୀ କାଞ୍ଚିପୁରମର ଉପ-ଅଦାଲତରେ ଆବେଦନ କରିଥିଲେ। ଏହାପରେ ଉପ-ଅଦାଲତ ରେଲେଓ୍ଵ ଓ ରାଜ୍ୟ ସରକାରଙ୍କ ସ୍ଥାବର ସମ୍ପତ୍ତିକୁ ଜବତ କରିବା ପାଇଁ ଆଦେଶ ଦେଇଥିଲେ।

ମତାମତ

Your email address will not be published.