ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ଚିଠ ଲେଖିଲେ ଜଣେ କୋର୍ଟ କର୍ମଚାରୀ । ନିଜ ଦେହରେ ବିସ୍ଫୋଟକ ବାନ୍ଧି ଆତଙ୍କୀ ଅଂଚଳକୁ ଯିବାକୁ ମାଗିଲେ ଅନୁମତି

2,004

ଜମ୍ମୁ-କାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଦେଶବାସୀଙ୍କୁ କ୍ଷୁବ୍ଧ କରିଦେଇଛି । ଏହି ଆକ୍ରମଣରେ  ୪୦ ଜଣ ଯବାନ ସହିଦ ହୋଇଥିବା ବେଳେ ଏବେବି ୪୦ରୁ ଅଧିକ ଯବାନ ଗୁରୁତର ଭାବରେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଜି ସହିଦଙ୍କ ପାର୍ଥିବ ଶରୀରକୁ ଜନ୍ମମାଟିକୁ ନିଆଯାଉଛି  । ଦେଶ ପାଇଁ ଜୀବନ ଦେଇଥିବା ଏହି ୪୦ ଜଣ ବୀର ଯବାନଙ୍କର ମର ଶରୀରକୁ ଅନ୍ତିମ ବିଦାୟ ଦେବାକୁ କୋଟି କୋଟି ଲୋକ ଲୁହଭରା ଆଖିରେ ଚାହିଁବସିଛନ୍ତି । ସହିଦ ଯବାନଙ୍କ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ଅଂଚଳବାସୀ ସହିଦଙ୍କୁ ଝୁରି ହେଉଛନ୍ତି । ଆଜି ସହିଦଙ୍କ ପାଇଁ ଗୁମୁରୁ ଗୁମୁରି କାନ୍ଦୁଛି ସାରା ଦେଶ ।

ଅନ୍ୟପଟେ, ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରକ୍ତ ବଦଳରେ ରକ୍ତ ପାଇଁ କରାଯାଉଛି ଘନ ଘନ ବୈଠକ । ଭାରତୀୟ ବୀର ଯବାନଙ୍କର ବଳିଦାନ ଯେଭଳି ବ୍ୟର୍ଥ ଯିବନି ସେଥିପାଇଁ ନରଭକ୍ଷୀ ଆତଙ୍କୀମାନଙ୍କୁ ଗୋଟି ଗୋଟି କରି ମାରିବା ପାଇଁ କରାଯାଉଛି ଏହି ବୈଠକରେ ଷଡଯନ୍ତ୍ର ।  ଇତି ମଧ୍ୟରେ ରୀୱାର ଜଣେ କୋର୍ଟ କର୍ମଚାରୀ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କଠାରୁ ନିଜ ଦେହରେ ବିସ୍ଫୋଟକ ବାନ୍ଧି ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିବାକୁ ଅନୁମତି ମାଗିଛନ୍ତି । ମଉଗଂଜର ଏକ ସିଭିଲ୍ କୋର୍ଟରେ କାର୍ଯ୍ୟରତ କର୍ମଚରୀ ରାଜକରଣ ସିଂହ କହିଛନ୍ତି କି, ନିଜ ଦେହରେ ବିସ୍ଫୋଟକ ବାନ୍ଧି ଆତଙ୍କୀ ଅଂଚଳକୁ  ସେ ଯିବାକୁ ଚାହୁଁଛନ୍ତି ଏବଂ ସେ ଚାହାନ୍ତି କି ତାଙ୍କୁ ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଅନୁମତି ଦିଅନ୍ତୁ ।

ସୋସିଆଲ ମିଡିଆରେ କରିଛନ୍ତି ପୋଷ୍ଟ

ରାଜକରଣ ସିଂହ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ବୋନ୍ଧିତ କରି ଲେଖିଛନ୍ତି କି,  ଦେଶର ବୀର ଯବାନମାନେ ଦିନରାତି ଏକକାର କରି ଦେଶର ନାଗରୀକମାନଙ୍କୁ ସୁରକ୍ଷା ଦେଉଛନ୍ତି । ଯେଉଁଠି ଲୋକେ ବିଭିନ୍ନ ପର୍ବପର୍ବାଣୀରେ ମଉଜ କରୁଥିବା ବେଳେ ଏହି ବୀର ଯବାନ ମାନେ ସୀମାରେ ଖୋଲା ଆକାଶ ତଳେ ଦିନ ରାତି ପ୍ରହରା ଦିଅନ୍ତି ଆଉ ଆମକୁ ସୁରକ୍ଷା ପ୍ରଦାନ କରୁଥିଲେ । ସିଂହ କହିଛନ୍ତି କି,  ଏହି ଚିଠି ମାଧ୍ୟମରେ ସେ ନିଜ ମନର ଭାବନାକୁ ବ୍ୟକ୍ତ  କରିଛନ୍ତି । ସେ କହିଛନ୍ତି କି, ଦେଶ ପାଇଁ ପ୍ରାଣ ବଳି ଦେଉଥିବା ବୀର ଯବାନମାନେ ଏହି ଭୀରୁ କାପୁରୁଷ ଆତଙ୍କୀ ହମଲାରେ ସହିଦ ହୋଇଯାଉଛନ୍ତି । ଏପରିକି ସେମାନେ ନିଜର ପୂରା ଜୀବନ ବି ଭଲରେ ବଂଚି ପାରୁନାହାଁନ୍ତି ।

ଯଦି ଜୀବନ ବି ଦେବାକୁ ପଡେ ତେବେ କୌଣସି ଦୁଃଖ ନାହିଁ

ପୁଲୱାମାରେ ହୋଇଥିବା ଆତଙ୍କୀ ହମଲାକୁ ନେଇ ଦେଶବାସୀ ଏବେ ରକ୍ତର ଚାଉଳ ଚୋବାଉଛନ୍ତି ।  ଏଥିପାଇଁ ସହିଦଙ୍କ ପ୍ରତି ନିଜର ଭାବନାତ୍ମକ ସମ୍ବେଦନା ପ୍ରକଟ କରିବା ପାଇଁ ସିଂହ ବିସ୍ଫୋଟକ ନିଜ ଦେହରେ ବାନ୍ଧି ଆତଙ୍କୀ କ୍ଷେତ୍ରକୁ ଯିବା ପାଇଁ ଅନୁମତି ମାଗିଛନ୍ତି । ସେ କହିଛନ୍ତି କି ସେ ନିଜର ଭରପୁର ଜୀବନ ବଂଚିସାରିଛନ୍ତି ଏବଂ ଦେଶ ପାଇଁ ସେ କିଛି କରିବାକୁ ଚାହୁଁଛନ୍ତି ।  ଯଦି ଦେଶର ସେବା ପାଇଁ ଏବେ ତାଙ୍କୁ ନିଜର ଜୀବନ ବି ଦେବାକୁ ପଡେ  ତେବେ ତାଙ୍କୁ ଏଥିପାଇଁ କୌଣସି ବି ଦୁଃଖ ନାହିଁ ବୋଲି ସିଂହ  ନିଜର ସୋସିଆଲ ପେଜରେ ପୋଷ୍ଟ କରିଛନ୍ତି ।