ବଲାଙ୍ଗିର ଗୁନାପଂଚାୟତ ବଗବାହାଲ ଗାଁରେ ଅଘଟଣ : ଜମିଜମା ବିବାଦକୁ କେନ୍ଦ୍ର କରି ଦମ୍ପତିଙ୍କୁ ହତ୍ୟା

48

ବଲାଙ୍ଗିର : ବଲାଙ୍ଗିର ଗୁନାପଂଚାୟତ ବଗବାହାଲ ଗାଁରେ ଅଘଟଣ । ଗାଁର ଗୋଟିଏ ପରିବାର ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଦୁର୍ବୃତ ପତୀ-ପତ୍ନୀଙ୍କୁ ଭୂଜାଲିରେ ହାଣି ହତ୍ୟା କରିଥିବା ବେଳେ ଦୁଇ ଝିଅଙ୍କ ଅବସ୍ଥା ଗୁରୁତର ରହିଛି । ରଶ୍ମୀତା ବଲାଙ୍ଗିର ସଦର ମେଡିକାଲରେ ଭର୍ତି ହୋଇଥିବା ବେଳେ ଚନ୍ଦ୍ରିକାକୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । ମୃତ ଦମ୍ପତି ହେଲେ ମଧୁ ମୁଗ୍ରି ଓ ସକି ମୁଗ୍ରି । ଜମିଜମା ବିବାଦକୁ ନେଇ ଏମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।