ବିବାହର ୩ମିନିଟ୍ ପରେ ବିଚ୍ଛେଦ  : ବର ଏମତି କିଛି କାମ କଲେ କି ରାଗରେ ଛାଡପତ୍ର ଦେଇଦେଲେ ବଧୂ

470

କୁଏତରେ ଜଣେ ନବବଧୂ ବିବାହ କରିବାର ପାଖାପାଖି ୩ ମିନିଟ୍ ପରେ ହିଁ ସ୍ୱାମୀଙ୍କୁ ଛାଡପତ୍ର ଦେଇଛନ୍ତି । ଏହା ଦୁନିଆର ସବୁଠାରୁ କମ୍ ସମୟ ଚାଲିଥିବା ବିବାହ କୁହାଯାଉଛି । ପ୍ରକୃତରେ କୁଏତ୍ ସିଟିର ଗୋଟିଏ କୋର୍ଟରେ ବିବାହ ପାଇଁ ବର ଓ ବଧୂ ପହଂଚିଥିଲେ । ଏହି ସମୟରେ ନବବଧୂ ତଳେ ଖସିପଡିଲେ । ସେ ଖସିପଡିଲା ପରେ ହିଁ ବର ତାଙ୍କୁ ଷ୍ଟ୍ୟୁପିଡ୍ (ବୋକି) କହିଦେଲେ । ବରର ଏହି କହିବା ବଧୂକୁ  ଭଲ ଲାଗିଲାନି । ଏଥିରେ ଦୁଃଖିତ ହୋଇ ବାହାଘର କାଗଜପତ୍ରରେ ଦସ୍ତଖତ ତ କଲେ, କିନ୍ତୁ ୩ମିନିଟ୍ ପରେ ହିଁ ଏହି ବିବାହକୁ  ସେଇଠି ଭାଙ୍ଗିବା ପାଇଁ କହିଲେ ।

ଉଭୟେ ଜଜଙ୍କ ସାମନାରେ ହିଁ ବିବାହ କାଗଜପତ୍ରରେ ଦସ୍ତଖତ କରିଥିଲେ । ସେଇଠୁ ବାହାରିବା ସମୟରେ ବଧୂର ଗୋଡ ଖସିଗଲା ଓ ସେ ତଳେ ପଡିଗଲେ । ଏହି ସମୟରେ ସ୍ୱାମୀଙ୍କ ଅପଶବ୍ଦରେ ଆହତ ହୋଇ ମହିଳା ସେହି ସ୍ଥାନରେ ହିଁ ଛାଡପତ୍ର ଦେଇଦେଲେ । ଏହି ଘଟଣା ଘଟିବା ପରେ ସୋସିଆଲ ମିଡିଆରେ କେତେକ ଲୋକ କହିଛନ୍ତି କି, ମହିଳା ଠିକ୍ ଥିଲେ ଓ ସେ ଠିକ୍ ନିଷ୍ପତ୍ତି ନେଇଛନ୍ତି । ଜଣେ ଟ୍ୱିଟର ୟୁଜର୍ସ କହିଲେ କି, ବିବାହର ପ୍ରାରମ୍ଭରେ ଯଦି ସ୍ୱାମୀ ଏମିତି ବ୍ୟବହାର କରନ୍ତି, ତେବେ ତାକୁ ଛାଡିଦେବା ଉଚିତ୍ । ଆଉ ଜଣେ କହିଲେ କି, ଯେଉଁ ବିବାହରେ ସମ୍ମାନ ନାହିଁ, ତାହା ପ୍ରାରମ୍ଭରେ ଅସଫଳ ହୋଇଯାଏ ।