ବିଇଡି ପରୀକ୍ଷା ଦେବାକୁ ଯାଇ କାଶ୍ମୀରରେ ଓଡିଆ ଦଂପତିଙ୍କ ମୃତ୍ୟୁ : ଆଉ ଜଣେ ଦଂପତି ଗୁରୁତର ଅବସ୍ଥାରେ ଚିକିତ୍ସିତ

40

କନକ ବ୍ୟୁରୋ : କାଶ୍ମୀରରେ ଓଡିଆ ଦମ୍ପତିଙ୍କ ମୃତ୍ୟୁ । କେନ୍ଦ୍ରାପଡା ଜିଲ୍ଲାର ୧୨ ଜଣ ବିଇଡି ପରୀକ୍ଷା ଦେବାକୁ ଜାମ୍ମୁକାଶ୍ମୀର ଯାଇଥିବା ବେଳେ ଦଂପତିଙ୍କର ମୃତ୍ୟୁ ଘଟିଛି । ଶ୍ୱାଶରୁଦ୍ଧ ହୋଇ ସେମାନଙ୍କ ମୃତ୍ୟୁ ହୋଇଛି । ଆଉ ଏକ ଦମ୍ପତି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

କେନ୍ଦ୍ରାପଡା ସହରର ମଧ୍ୟଖଣ୍ଡି ଗ୍ରାମର ରାଧାଶ୍ୟାମ ମିଶ୍ର ଓ ତାଙ୍କ ସ୍ତ୍ରୀ ନିବେଦିତା ମିଶ୍ରଙ୍କ ସମେତ ୧୨ ଜଣ ବିଇଡି ପରୀକ୍ଷା ଦେବା ପାଇଁ ଜାମ୍ମୁକାଶ୍ମୀର ଯାଇଥିଲେ । ସେଠାରେ ଏକ ଭଡା ଘରେ ରହୁଥିବା ବେଳେ ଅତ୍ୟଧିକ ଶୀତ ଯୋଗୁଁ ନିଆଁ ଜାଳି ଶୋଇଥଲେ । ଘରେ ନିଆଁ ଜାଳି ଶୋଇଥିବା ବେଳେ ଶ୍ୱାଶରୁଦ୍ଧ ହୋଇ ରାଧାଶ୍ୟାମ ମିଶ୍ର ଓ ତାଙ୍କ ସ୍ତ୍ରୀ ନିବେଦିତାଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –