ବାହା ହୋଇ ରେଳଫାଟକ ପାଖକୁ ଆସିଲେ, ଲଡୁ ଖାଇଲେ ଆଉ ଟ୍ରେନ ଆଗକୁ ଡେଇଁ ଆତ୍ମ ହତ୍ୟା କଲେ ! ହେଲେ କାହିଁକି ?

79
ପ୍ରଥମେ ବାହା ହୋଇ କାରରେ ରେଳଫାଟକ ପାଖକୁ ଆସିଲେ, ପରେ କାରରୁ ଓହ୍ଲାଇ ଉଭୟ ଉଭୟଙ୍କୁ ଲଡୁ ଖୁଆଇଲେ ଓ ଶେଷରେ ଦୁରରୁ ଆସୁଥିବା ଦ୍ରୁତଗାମୀ ଟ୍ରେନ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କଲେ ଏହି ପ୍ରେମୀ ଯୁଗଳ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପଞ୍ଜାବର ପଟିୟାଲା ସହରରେ । ସୋମବାର ସକାଳେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ଭିନ୍ନ ଭିନ୍ନ ଜାତି ହୋଇଥିବା କାରଣରୁ ପରିବାର ଲୋକେ ବିବାହ ବିରୋଧ କରୁଥିଲେ । ଶେଷରେ  ଆତ୍ମହତ୍ୟା ରାସ୍ତା ବାଛିଥିଲେ ଏହି ପ୍ରେମୀ ଯୋଡି ।
ସୂଚନା ଅନୁଯାୟୀ, ମୃତକ ଯୁବକଙ୍କ ନାଁ ଦିନେଶ । ସେ ଇଲେକ୍ଟି ନିଗମର ଜୁନିୟର ଇଞ୍ଜିନିୟର ଭାବେ କାର୍ଯ୍ୟ ରତ ଥିବା ବେଳେ ଯୁବତୀ ଜଣକ ଆସିଷ୍ଟାଣ୍ଟ୍ ପ୍ରଫେସର ଭାବେ କାର୍ଯ୍ୟକରୁଥିଲେ । ଆତ୍ମହତ୍ୟା ପୂର୍ବରୁ ଉଭୟ ବିବାହ ପୋଷାକରେ ନଜର ଆସିଥିଲେ । ସୂଚନା ପାଇଁ ଘଟଣାସ୍ଥଳରେ ଜିଆରପି ପୋଲିସ ପହଞ୍ଚି  ଶବ ବ୍ୟବଚ୍ଛେଦ ପାଇଁ ସେମାନଙ୍କୁ ହସ୍ପିଟାଲ ପଠାଇଥିଲେ । ପୋଲିସ କହିବା ଅନୁସାରେ ଜାତି ସମସ୍ୟା ହେତୁ ଏ ଦୁହେଁ ଆତ୍ମହତ୍ୟା କରିଥିବାର ସଂନ୍ଦେହ କରାଯାଉଛି, କିନ୍ତୁ ଏନେଇ ଘଟଣାସ୍ଥଳରେ କୌଣସି ସୁଇସାଇଡ ନୋଟ୍ କିମ୍ବା ଫୋନ ମିଳିପାରିିନି ବୋଲି ପୋଲିସ କହିଛି ।
ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁଯାୟୀ ପ୍ରଥମେ ଏକ କାର୍ ଦ୍ୱାରା ଯୁବକ ଯୁବତୀ ରେଳ ଫାଟକ ସମ୍ମୁଖକୁ ଆସିଲେ, ଏହା ପରେ କାରରୁ ଓହ୍ଲାଇ ଉଭୟ ଉଭୟଙ୍କୁ ଲଡୁ ଖୁଆଇଲେ, ଓ ଶେଷରେ କେହି କିଛି ବୁଝିବା ପୂର୍ବରୁ ସେମାନେ ଟ୍ରେନ୍ ସମ୍ମୁଖକୁ ଡେଇଁ ପଡିଥିଲେ  । ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ଏନେଇ ନିଜ ଆଡୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି  ।