ପୁଅ ପାଇଁ ମରିଗଲେ ବାପାମାଆ ! ଦୁଇ ଓଳି ଖାଇବାକୁ ନପାଇ ପାଂଚ ପୁଅର ବାପାମାଆ କଲେ ଆତ୍ମହତ୍ୟା

71

କନକ ବ୍ୟୁରୋ : ଗୋଟିଏ କି ଦୁଇଟି ନୁହେଁ ପାଂଚ-ପାଂଚଟି ପୁଅ ଜନ୍ମ ଦେଇଥିଲେ । କୋଳେଇ କାଖେଇ ମଣିଷ କରିଥିଲେ । ନିଜ ପେଟରୁ କାଟି ମଣିଷ କରିଥିଲେ । ଆଶା କରିଥିଲେ ବୃଦ୍ଧକାଳରେ ପୁଅମାନେ ସାହାରା ହେବେ । ପୁଅ-ବୋହୂ ଓ ନାତିନାତୁଣୀଙ୍କ ଗହଣରେ ଖୁସିରେ ଜୀବନ କଟିଯିବ । ହେଲେ ଦୁଇ ଓଳି ଖାଇବା ପାଇଁ ଏ ପୁଅ ଘରୁ ସେ ପୁଅ ଘରକୁ ଯାଯାବର ଭଳି ଧାଇଁବାକୁ ପଡ଼ିଲା । ଆଉ ଯେତେବେଳେ ଜୀବନ ଯନ୍ତ୍ରଣା ଅସହ୍ୟ ହୋଇଗଲା । ବୃଦ୍ଧ ବାପା-ମା ବେକରେ ଦଉଡି ଦେଇଦେଲେ । ଏଭଳି ଏକ ଘଟଣା ଘଟିଛି ଗଂଜାମ ଜିଲ୍ଲା ଗଂଡିଶୁଳା ଗାଁରେ ।

murder_generic1Sggନିର୍ଜୀବ ପାଲଟି ଯାଇଛି, ହାତ ଧରି ଚାଲି ଶିଖାଇଥିବା ମଣିଷ । ଦୁଇ ଓଳି ଖାଇବାକୁ ନପାଇ ଅସହ୍ୟ ଯନ୍ତ୍ରଣା ଭିତରେ ଛଟପଟ ହେଉଥିବା ବାପା-ମା’ର ଜୁଇ, ପାଉଁଶ ହୋଇଯାଇଛି । ପାଂଚ-ପାଂଚଟି ପୁଅ ଓ ତିନି-ତିନିଟି ଝିଅ ଜନ୍ମ ଦେଇଥିବା ବାପା-ମା, ଶେଷରେ ବଂଚିବା ଅପେକ୍ଷା ମରିବା ବାଟକୁ ବାଛି ନେଇ, ବେକରେ ଦଉଡି ଦେଇ ଦେଇଛନ୍ତି । ଆଉ ଯେଉଁ ପୁଅ ବୋହୂ, ମୁଠାଏ ଖାଇବାକୁ ଦେବା ପାଇଁ କେତେ ଛି-ଛାକର କରୁଥିଲେ, ଆଜି ମରିଗଲା ପରେ ନଈ ପଠାରେ ଛାଡ଼ି ଦେଇ ଆସୁଛନ୍ତି ଖିରି-ପୁରୀ ।

ଗଂଜାମ ଜିଲ୍ଲାର ଗଣ୍ଡିଶୁଳା ଗାଁର ଲକ୍ଷ୍ମଣ ଦଳାଇ ଏବଂ ହେମ ଦଳାଇ, ପୁଅ-ବୋହୂଙ୍କ ଯାତନାରେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଲକ୍ଷ୍ମଣଙ୍କ ୫ପୁଅରୁ ୪ ପୁଅ ଗାଁରେ ଅଲଗା ଅଲଗା ହୋଇ ରୁହନ୍ତି । ହାତଗୋଡ଼ ଅଚଳ ହୋଇଯିବାରୁ ବୃଦ୍ଧା ବାପା-ମା, ପାଳି କରି ପୁଅମାନଙ୍କ ଘରେ ଦୁଇ ଓଳି ଖାଇବଂଚି ରହୁଥିିଲେ । କିନ୍ତୁ ପ୍ରତିବଦଳରେ ଶୁଣିବାକୁ ମିଳୁଥିଲା ଅସହ୍ୟ କଟୁ କଥା । କିନ୍ତୁ ଆଜି ସବୁ ଜାଣି ଅଜଣା ପାଲଟି ଯାଇଛନ୍ତି ପୁଅ ଏବଂ ବୋହୂମାନେ ।

ବାଦ୍ଧର୍କ୍ୟ ଭତା ଗଣ୍ଡିକ ଲୋଭରେ ଯାହା ବୁଢ଼ା ବାପା-ମାଙ୍କୁ ଖାଉବାକୁ ଦେଉଥିଲେ ସିନା ହେଲେ ଆନ୍ତରିକତା ବୋଲି କିଛି ନଥିଲା । ଆଉ ଏହା ଯେତେବେଳେ ସବୁ ସୀମା ଟପି ଯାଇଥିଲା । ଆତ୍ମହତ୍ୟାର ବାଟ ବାଛି ନେଇଥିଲେ ବୃଦ୍ଧ ବାପା, ମା’ । ବାପା-ମାଙ୍କ ଭଗବାନ ଭାବୁଥିବା ଶ୍ରବଣ କୁମାର ଭଳି ଚିତ୍ରମାନଙ୍କ ଭିତରେ ବି ଆମ ସମାଜରେ ଏମିକି କିଛି ଚରିତ୍ର ଅଛି, ଯେଉଁମାନେ ବାପା-ମାଙ୍କୁ ବୃଦ୍ଧ ହୋଇଗଲା ପରେ କେବଳ ବୋଝ ଭାବନ୍ତି । ଆଉ ଏମିତି ମରିବାକୁ ଛାଡ଼ି ଦିଅନ୍ତି ।