ଧନୁଷ୍ ତମେ କାହା ପୁଅ ? ସ୍ପଷ୍ଟୀକରଣ ପାଇଁ ସମନ୍ ଜାରି କଲେ କୋର୍ଟ

35

dhanush_parentsସାଉଥ୍ ସୁପରଷ୍ଟାର୍ ଧନୁଷଙ୍କୁ ନିଜ ପୁଅ ବୋଲି ଦାବି କରିଛନ୍ତି ମେଲୁରର ଏକ ଦମ୍ପତି । ଏହା ସହ ଧନୁଷ୍ ସେମାନଙ୍କୁ ଅବହେଳା କରୁଥିବା ଦର୍ଶାଇ କେସ୍ ମଧ୍ୟ କରିଛନ୍ତି । ଯାହାକୁ ନେଇ ମଦୁରାଇ କୋର୍ଟ ସମନ୍ ଜାରି କରିଛି ଏହି କୋଲାଭେରୀ ଷ୍ଟାରଙ୍କୁ । କାଥିରେସନ୍ ଓ ମିନାକ୍ଷୀ ନାମକ ଏହି ଦମ୍ପତିଙ୍କ କହିବା ଅନୁଯାୟୀ ଧନୁଷଙ୍କ ପ୍ରକୃତ ନାଁ କଲାଇଚେଲଭାମ୍ ।

ତେବେ ପାଠପଢା ଅଧାରୁ ଛାଡି ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେବା ସହ ନିଜ ନାଁ ପରିବର୍ତ୍ତନ କରି ଧନୁଷ୍ ରଖିଥିଲେ । କିନ୍ତୁ ଷ୍ଟାର୍ ହୋଇଯିବା ପରେ ସେମାନଙ୍କୁ ପଚାରୁ ନାହାଁନ୍ତି । ଏପରିକି ସେମାନେ ଅନେକ ଥର ତାଙ୍କୁ ଦେଖା କରିବାକୁ ଗଲେ ମଧ୍ୟ ଧନୁଷ୍ ତାଙ୍କୁ ଦେଖା କରୁନାହାଁନ୍ତି । ତେବେ ଆର୍ଥିକ ପରିସ୍ଥିତି ଦୁର୍ବଳ ଥିବାରୁ ସେମାନେ ଧନୁଷଙ୍କଠାରୁ ମାସିକ ୬୫ହଜାର ଟଙ୍କା ସହୟତା ଚାହଁନ୍ତି ବୋଲି କୋର୍ଟରେ ଦର୍ଶାଇଛନ୍ତି । ପ୍ରମାଣ ସ୍ୱରୁପ ସେମାନେ ଧନୁଷଙ୍କ ଜନ୍ମ ପ୍ରମାଣପତ୍ର ସହ ପିଲାବେଳର କିଛି ଫଟୋ ମଧ୍ୟ କୋର୍ଟରେ ଜମା କରିଛନ୍ତି ।

ଏକଥା ସମସ୍ତେ ଜାଣନ୍ତି ଧନୁଷ ହେଉଛନ୍ତି ପ୍ରଯୋଜକ କସ୍ତୁରୀ ରାଜାଙ୍କ ସାନ ପୁଅ । ଏବଂ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟିକୁ କସ୍ତୁରୀ ହିଁ ଆଣିଥିଲେ । ଏବେ ଏହି ଦମ୍ପତିଙ୍କ ଅଭିଯୋଗ ଧନୁଷଙ୍କ ଜୀବନରେ କି ଟ୍ୱିଷ୍ଟ୍ ଆଣୁଛି ସେଥିରେ ସମସ୍ତଙ୍କ ନଜର ।