ଡାହାଣୀ ସନ୍ଦେହରେ ଦମ୍ପତିଙ୍କୁ ମାଡ । ବାଙ୍ଗିରିପୋଷି ଥାନାରେ ୫ଜଣଙ୍କ ନାଁରେ ଏତଲା । 

ଡାହାଣୀ କହି ସ୍ୱାମୀ-ସ୍ତ୍ରୀଙ୍କୁ ପିଟିଲେ ଗ୍ରାମବାସୀ । ଗ୍ରାମବାସୀଙ୍କ ନିସ୍ତୁକ ମାଡରେ ଗୁରୁତର ଆହତ ହୋଇଛନ୍ତି ଦମ୍ପତି ।

93
କନକ ବ୍ୟୁରୋ: ଡାହାଣୀ କହି ସ୍ୱାମୀ-ସ୍ତ୍ରୀଙ୍କୁ ପିଟିଲେ ଗ୍ରାମବାସୀ । ଗ୍ରାମବାସୀଙ୍କ ନିସ୍ତୁକ ମାଡରେ ଗୁରୁତର ଆହତ ହୋଇଛନ୍ତି ଦମ୍ପତି । ଆହାତ ଦମ୍ପତିଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏପରି ଏକ ଅଭାବନିୟ ଘଟଣା ଘଟିଛି ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ବାଲିଖଣି ଗ୍ରାମ ଅଞ୍ଚଳରେ ।

ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ବାଲିଖଣି ଗ୍ରାମରେ ଏକ ପରିବାରର ଲୋକଙ୍କୁ ଜ୍ୱର ନଛାଡିବାରୁ ଘରେ ପଶି ଅନ୍ୟ ଜଣେ ପରିବାରକୁ ଡାହାଣୀ ସଂଦେହରେ ପାଞ୍ଚ ଜଣ ପିଟିଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହୋଇଛି। ଘଟଣାରୁ ଜଣାଯାଏ ଯେ, ଦୀର୍ଘ ଦିନ ହେଲା ବାଲିଖଣି ଗ୍ରାମର ବାବଲୁ ହେମ୍ବ୍ରମ ଓ ତାଙ୍କ ସ୍ତ୍ରୀଙ୍କୁ ଜ୍ୱର ନ ଛାଡି ବାରୁ ଏକ ବୈଠକ ହୋଇଥିଲା।
ଏହି ବୈଠକରେ ଗ୍ରାମର ମଙ୍ଗଳ ହାଃସଦା ଓ ତାଙ୍କ ସ୍ତ୍ରୀ ଆମ୍ବ ହାଃସଦାଙ୍କ ପାଇଁ ଜ୍ୱର ଛାଡୁ ନାହିଁ ବୋଲି ଗୁଣିଆ ପାଖରୁ ଗ୍ରାମବାସୀ ଜାଣି ବାକୁ ପାଇ ଥିଲେ। ଗ୍ରାମର ପାଞ୍ଚ ଜଣ ଆମ୍ବ ହାଃସଦାଙ୍କୁ ଡାହାଣୀ କହି ପିଟା ମରା କରିଥିଲେ। ସ୍ୱାମୀ ମଙ୍ଗଳ ହାଃସଦା ମଧ୍ୟ ମାଡରୁ ବର୍ତ୍ତି ନଥିଲେ ବୋଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ମତାମତ

Your email address will not be published.