କେଉଁ ଦେଶରେ ମହିଳାମାନେ ଦୁଷ୍କର୍ମର ଶିକାର ହୁଅନ୍ତି ଅଧିକ ! ତାଲିକାରେ କେତେ ନମ୍ବରରେ ଆସୁଛି ଭାରତ, ଆସନ୍ତୁ ଜାଣିବା

41

ଭାରତରେ ପ୍ରତିଦିନ ଦୁଷ୍କର୍ମ ପରି ଭୟଙ୍କର ମାମଲା ସାମ୍ନାକୁ ଆସେ । କିନ୍ତୁ ଏମିତି ଲଜ୍ଜାଜନକ ଘଟଣା ଆମେରିକା ଠାରୁ ଆରମ୍ଭ କରି ଅଷ୍ଟ୍ରେଲିଆ ପରି ଦେଶରେ ମଧ୍ୟ ହୁଏ । ଆଜି ଆମେ ଆପଣଙ୍କୁ ଜଣାଇକୁ ଦୁନିଆର ଏମିତି କିଛି ଦେଶ ବିଷୟରେ ଯେଉଁଠି ସବୁଠାର ଅଧିକ ଦୁଷ୍କର୍ମ ମାମଲା ଦେଖିବାକୁ ମିଳେ । ଏହି ତାଲିକା ୟୁଏନ ଓ ପ୍ରତି ଦେଶ ଦ୍ୱାରା ଜାରି ହୋଇଥିବା ସୂଚନା ଉପରେ ଆଧାରିତ ।

– ଦୁନିଆରେ ସବୁଠାରୁ ଅଧିକ ଦୁଷ୍କର୍ମ ଦକ୍ଷିଣ ଆଫ୍ରିକାରେ ହୋଇଥାଏ । ଏହି ଦେଶରେ ବର୍ଷକୁ ପାଖାପାଖି ୫ ଲକ୍ଷ ମହିଳାଙ୍କ ସହ ଦୁଷ୍କର୍ମର ଶିକାର ହୋଇଥାଆନ୍ତି । ୯ରୁ କେବଳ ଗୋଟିଏ କେସ ହିଁ ରେକର୍ଡ ହୋଇଥାଏ । ଏଠାରେ ୪୦ ପ୍ରତିଶତ ମହିଳା ନିଜର ପୁରା ଜୀବନ ଦୁଷ୍କର୍ମର ଶିକାର ହେଉଥାଆନ୍ତି ।

ସବୁଠାରୁ ଗରୁତ୍ୱପୂଣର୍ଣ୍ଣ କଥା ହେଲା ଏଠାରେ ମହିଳାଙ୍କ ବ୍ୟତୀତ ପୁରଷ ମାନେ ମଧ୍ୟ ଦୁଷ୍କର୍ମର ଶିକାର ହୁଅନ୍ତି । ରିପୋର୍ଟ ଅନୁସାରେ ଏଠାରେ ୪ ପ୍ରତିଶତ ପୁରୁଷ ଅନ୍ୟ ପୁରୁଷଙ୍କ ସହ ବଳପୂର୍ବକ ସମ୍ପର୍କ ରଖିବା ପାଇଁ ବାଧ୍ୟ ହୁଅନ୍ତି । ଏହା ବ୍ୟତୀତ ଏହି ଦେଶରେ ୪୧ ପ୍ରତିଶତ ଶିଶୁ ଦୁଷ୍କର୍ମର ଶିକାର ହୁଅନ୍ତିି ।

– ଦକ୍ଷିଣ ଆଫ୍ରିକା ପରେ ଏହି ତାଲିକାରେ ଆସୁଛି ସ୍ୱିଡେନ । ଏହାର ସରକାର ଦ୍ୱାରା ଜାରି କରାଯାଇଥିବା ରିପୋର୍ଟ ଅନୁସାରେ ଜଣାପଡିଛି ୪ରୁ ୧ ଜଣ ମହିଳାଙ୍କ ସହ ଦୁଷ୍କର୍ମ ହୁଏ । ୧୯୭୫ରେ ଏଠାରେ ୪୨୧ କେସ ଆସିଥିଲା, ଯାହା ୨୦୧୬ରେ ଏହା ୬,୭୦୦୦ ହୋଇଯାଇଛି ।

– ଏହି ତାଲିକାର ତୃତୀୟ ସ୍ଥାନରେ ଅଛି ଆମେରିକା । ଏଠାରେ ଜାରି ହୋଇଥିବା ଏକ ରିପୋର୍ଟ ଅନୁସାରେ ୧୯.୩% ମହିଳା ଓ ୨% ପୁରୁଷ ନିଜ ପୁରା ଜୀବନରେ ଥରେ ଦୁଷ୍କର୍ମର ଶିକାର ହୁଅନ୍ତି । ଏହା ବ୍ୟତିୀତ ୪୩.୯% ମହିଳା ଓ ୨୩.୪% ପୁରୁଷ ନିଜ ଜୀନବନରେ ଯୌନ ହିଂସାର ଶିକାର ହଅନ୍ତି ।

– ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ଅନୁସାରେ , ୨୦୧୫ ତୁଳନାରେ ୨୦୧୬ରେ ଦୁଷକର୍ମର ମାମଲା ୩୦ ପ୍ରତିଶତ ବଢିଯାଇଛି ।

– ୩ରୁ ଜଣେ ପୀଡିତା ୧୮ ବର୍ଷ ବୟସରୁ କମ୍ । ରିପୋର୍ଟ ଅନୁସାରେ ଭାରତ ଏହି ତାଲିକାର ଚତୁର୍ଥ ସ୍ଥାନରେ ରହିଛି । ଭାରତର ସବୁଠରୁ ଅଧିିକ ଦୁଷ୍କର୍ମ ମାମଲା ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳେ । ପ୍ରତିଦିନ ଏଠାରେ ୯୩ ମହିଳା ଦୁଷ୍କର୍ମର ଶିକାର ହୁଅନ୍ତି ।

                                               ସୌଜନ୍ୟ-ଦୈନିକ ଭାସ୍କର.କମ