୫୪୨ ଲୋକସଭା ଆସନ ସହ ୪ଟି ରାଜ୍ୟର ବିଧାନସଭା ଆସନ ପାଇଁ ଆଜି ଭୋଟ ଗଣତି। ଜାଣନ୍ତୁ ମତଗଣନା ନେଇ ୧୦ଟି ବଡ ଖବର

206

କନକ ବ୍ୟୁରୋ: ଆଜି ଲୋକସଭାର ୫୪୨ଟି ଆସନ ଏବଂ ଚାରିଟି ରାଜ୍ୟର ବିଧାନସଭା ପାଇଁ ଭୋଟ ଗଣତି କରାଯିବ । ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ସିକିମ ଏବଂ ଅରୁଣାଚଳ ପ୍ରଦେଶ ବିଧାନସଭା ପାଇଁ ମଧ୍ୟ ଭୋଟ ଗଣତି ହେବ । ଲୋକସଭାର ୫୪୨ ଆସନରେ ୮ ହଜାରରୁ ଅଧିକ ପ୍ରାର୍ଥୀ ଅଛନ୍ତି । ୭ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା । ୯୦ କୋଟି ଭୋଟରଙ୍କ ମଧ୍ୟରୁ ୬୭% ମତଦାନ କରିଥିଲେ ।

ଲୋକସଭା ମତଦାନରେ ସର୍ବକାଳୀନ ରେକର୍ଡ

• ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ ଏବଂ ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ଫଳାଫଳ ଘୋଷିତ ହେବ

• ପ୍ରଥମ ଥର ଲାଗି ଭୋଟିଂ ମେସିନ (ଇଭିଏମ୍) ସହିତ ଭିଭିପିଏଟି ସ୍ଲିପର ମେଳ କରାଯିବ

• ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀର ୫ଟି ଲେଖାଏଁ ବୁ୍ଥରେ ଏହି ମେଳ ବା ମ୍ୟାଚିଂ କରାଯିବ

• ଦେଶରେ ମୋଟ ୧୦ ଲକ୍ଷ ୩୦ ହଜାର ମତଦାନ କେନ୍ଦ୍ର ରହିଛି । ୨୦ ହଜାର ୬୦୦ ମତଦାନ କେନ୍ଦ୍ରରେ ଏଭିଏମ୍ ଗଣତି ସହିତ ପେପର ଗଣତି ମ୍ୟାଚିଂ ବା ମେଳ କରାଯିବ

• ପରଂପରା ଅୁନଯାୟୀ ପ୍ରଥମେ ଇଭିଏମରେ ଭୋଟ୍ ଗଣତି କରାଯିବ । ଏହାପରେ ଭିଭିପିଏଟି ସ୍ଲିପ୍ ଗଣତି ହେବ

• ଭିଭିପିଏଟି ସ୍ଲିପ୍ ଗଣତି ପରେ ଇଭିଏମ୍ ଗଣତି ସହ ମ୍ୟାଚିଂ ବା ମେଳ କରାଯିବ

• ଏହା ମେଳ ନ ଖାଇଲେ ଭିଭିପିଏଟି ଗଣତିକୁ ଚୂଡାନ୍ତ ବୋଲି ଗ୍ରହଣ କରାଯିବ

• ଏଭଳି ପ୍ରକ୍ରିୟା ପାଇଁ ୪ରୁ ୫ ଘଣ୍ଟା ଅଧିକ ସମୟ ଲାଗିବ

• ଇଭିଏମରେ ଗଣତି ସହିତ ପୋଷ୍ଟାଲ ବାଲଟ୍ ମଧ୍ୟ ଗଣତି ଏକ ସଙ୍ଗରେ ହେବ

• ୧୮ ଲକ୍ଷ ମଧ୍ୟରୁ ୧୬ ଲକ୍ଷ ୫୦ ହଜାର ପୋଷ୍ଟାଲ ବାଲଟ୍ ଆସିଛି।ସେନା, ଅର୍ଧସାମରିକ ବାହିନୀ, ରାଜ୍ୟ ପୋଲିସବାହିନୀ ତଥା ବିଦେଶରେ ଥିବା ଭାରତୀୟ ଦୂତାବାସର କର୍ମଚାରୀ ପୋଷ୍ଟାଲରେ ଭୋଟ ଦିଅନ୍ତି