ମନ୍ତ୍ରୀଙ୍କୁ ମୋଦିଙ୍କ ପରାମର୍ଶ : ସକାଳ ୯ଟା ସୁଦ୍ଧା ଅଫିସରେ ପହଞ୍ଚିବାକୁ ନିର୍ଦ୍ଦେଶ, ଘରେ ରହି କରିପାରିବେନି ଅଫିସ କାମ 

354

କନକ ବ୍ୟୁରୋ : ମନ୍ତ୍ରୀଙ୍କୁ ମୋଦିଙ୍କ ପରାମର୍ଶ  । କାର୍ଯ୍ୟଦିବସରେ ସକାଳ ସାଢେ ୯ଟା ସୁ୍ଦ୍ଧା କାର୍ଯ୍ୟାଳୟରେ ପଂହଚିବାକୁ  ସମସ୍ତ ମନ୍ତ୍ରୀଙ୍କୁ କହିଛନ୍ତି । ଘରେ ରହି ଅଫିସ କାମ ନକରିବାକୁ ଶକ୍ତ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୪୦ ଦିନର  ପାର୍ଲାମେଂଟ ଅଧିବେଶନ କାଳରେ ପାର୍ଲାମେଂଟ ବାହାରକୁ ନ ଯିବାକୁ କହିଛନ୍ତି ମୋଦି । ନିୟମିତ ରୂପେ ସାଂସଦଙ୍କ ସହ ଭେଟି ଆଲୋଚନା କରିବା ସହ ଜନତାଙ୍କ ଦୁଃଖସୁଖ ବୁଝିବା ପାଇଁ ମଧ୍ୟ କହିଛନ୍ତି । ପୁନଶ୍ଚ କ୍ଷମତାକୁ ଆସିବା ପରେ ଗତକାଲି ପ୍ରଧାନମନ୍ତ୍ରୀ ପ୍ରଥମ କରି ମନ୍ତ୍ରୀ ପରିଷଦ୍‌ ବୈଠକରେ ଅଧ୍ୟକ୍ଷତା କରିଥିଲେ।

ଗୁଜରାଟରେ ମୁଖ୍ୟମନ୍ତ୍ରୀ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଠିକ ଟାଇମରେ ଅଫିସ ଆସୁଥିଲେ । ଏହାଫଳରେ ସଂପୃକ୍ତ ଦିନର ଏଜେଣ୍ଡା ପ୍ରସ୍ତୁତ କରିବାରେ  ସହାୟକ ହେଉଥିଲା । ମନ୍ତ୍ରୀମାନେ ନିଜ କାମ କରିବା ସହ ନିୟମିତ ରୂପେ ସାଂସଦଙ୍କୁ ଭେଟନ୍ତୁ ଓ ସେମାନଙ୍କ ଦାବିକୁ ଗୁରୁତ୍ୱ ଦିଅନ୍ତୁ । ସଦ୍ୟତମ କାର୍ଯ୍ୟକଳାପ ସଂକ୍ରାନ୍ତରେ ମନ୍ତ୍ରାଳୟର କର୍ମଚାରୀମାନଙ୍କ ସହ ନିୟମିତ କିଛି ସମୟ ଆଲୋଚନା କରିନ୍ତୁ । ମିଳିଥିବା ସୂଚନା ଅନୁସାରେ ମୋଦି କହିଛନ୍ତି, ମନ୍ତ୍ରଣାଳୟର ଅଫିସରଙ୍କ ସହ ମନ୍ତ୍ରୀମାନେ ସମନ୍ୱୟ ରଖନ୍ତୁ  । ମନ୍ତ୍ରୀମାନେ ୫ ବର୍ଷର ଏଜେଣ୍ଡା ପ୍ରସ୍ତୁତ କରନ୍ତୁ ।