କମିଲା ରାଜସ୍ୱ, କମିଲା ବଜେଟ :୨୦୧୬-୧୭ ଆର୍ଥିକ ବର୍ଷ ଲାଗି ଅତିରିକ୍ତ ବଜେଟକୁ ଅନୁମୋଦନ କରିଛି ରାଜ୍ୟ ମନ୍ତ୍ରୀ ପରିଷଦ

19

କନକ ବ୍ୟୁରୋ : କମିଲା ରାଜସ୍ୱ, କମିଲା ବଜେଟ । ୨୦୧୬-୧୭ ଆର୍ଥିକ ବର୍ଷ ଲାଗି ଅତିରିକ୍ତ ବଜେଟକୁ ଅନୁମୋଦନ କରିଛି ରାଜ୍ୟ ମନ୍ତ୍ରୀ ପରିଷଦ । ମିଳିଥିବା ସୂଚନା ଅନୁସାରେ ୫ହଜାର ୯ଶହ ୮୩ କୋଟି ୮ ଲକ୍ଷର ଅତିରିକ୍ତ ବଜେଟକୁ ମଞ୍ଜୁରୀ ମିଳିଛି । ତେବେ ଚଳିତ ଆର୍ଥୀକ ବର୍ଷରେ ରାଜସ୍ୱ ଆଦାୟ କମିଥିବାରୁ ବଜେଟର ଆକାର କମିଥିବା ଜଣାପଡିଛି ।

୨୦୧୫-୧୬ ଆର୍ଥିକ ବର୍ଷରେ ଅତିରିକ୍ତ ବଜେଟ ପରିମାଣ ଥିଲା ୧୧ହଜାର ୪୪ ଲକ୍ଷ ୮୬ ହଜାର ୩୫୫କୋଟି । ସେହିପରି ପୂର୍ବବର୍ଷ ଅର୍ଥାତ ୨୦୧୪-୧୫ ଆର୍ଥୀକ ବର୍ଷରେ ଏହି ପରିମାଣ ଥିଲା ୮ହଜାର ୩ଶହ ୭୪କୋଟି । ସେହିପରି ସାଧାରଣ ବଜେଟର ୭ମାସ ମଧ୍ୟରେ ବିଭିନ୍ନ ଯୋଜନା ବାବଦକୁ ୪୩ ପ୍ରତିଶତ ଖର୍ଚ୍ଚ ହୋଇଛି । ତେଣୁ ଅତିରିକ୍ତ ବଜେଟର ପରିମାଣ ମଧ୍ୟ କମିଥିବା କୁହାଯାଉଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –