ଏକାଠି ହେବକି ବିଧାନସଭା ଓ ଲୋକସଭା ନିର୍ବାଚନ! ଦେଶ ଓ ରାଜ୍ୟର ଉନ୍ନତି ଦୃଷ୍ଟିକୁ ଲକ୍ଷ୍ୟ ରଖି ପରାମର୍ଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ।

24

ଗତକାଲି ଦିଲ୍ଲୀରେ ବସିଥିବା ଚତୁର୍ଥ ନୀତି ଆୟୋଗ ବୈଠକରେ ଅନେକ ପ୍ରସଙ୍ଗରେ ଗୁରୁତ୍ୱାରୋପ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ରାଜ୍ୟର ଉନ୍ନତିକରଣ କିଭଳି ହେବ ସେନେଇ ମଧ୍ୟ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଛି । ତେବେ ଏକସଙ୍ଗେ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ କରିବା ନେଇ ମଧ୍ୟ ବୈଠକରେ ବ୍ୟାପକ ବିତର୍କ ଏବଂ ପରାମର୍ଶ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ କରିଥିଲେ ।

ତେବେ ବିଧାନସଭା ଏବଂ ଲୋକସଭା ନିର୍ବାଚନ କାହିଁକି ହେବ ଏକାଠି ହେବ ସେ ନେଇ ବୈଠକରେ ଆଲୋଚନା ହୋଇଛି । ତେବେ ସୁଚନା ମୁତାବକ ସଫଳତା ପୂର୍ବକ କୋଲ ବ୍ଲକ (କୋଇଲା ଖଣି) ଗୁଡିକ ଯଥାସମ୍ଭବ ଉତ୍ପାଦନ ଆରମ୍ଭ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । କୋଲ ବ୍ଲକ ଗୁଡିକରେ କିଭଳି ସୁଚାରୁରୂପେ ଉତ୍ପାଦନ ହୋଇ ପାରିବ ସେ ଦିଗ ଉପରେ ଧ୍ୟାନ ଦେବା ଲାଗି ପ୍ରଧାନମନ୍ତ୍ରୀ ବୈଠକରେ ଉପସ୍ଥିତ ମୁଖ୍ୟମନ୍ତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି । ଏବଂ ଏହାଦ୍ୱାରା ଜିଲ୍ଲା ଖଣିଜ ପାଣ୍ଠି ବ୍ୟାପକ ଭାବେ ଗରିବ ଏବଂ ଆଦିବାସୀଙ୍କୁ ସହାୟତା ଯୋଗାଇଦେବ ବୋଲି ପ୍ରଧାନମନ୍ତ୍ରୀ ମତ ପ୍ରକାଶ କରିଥିଲେ ।

ଯଦି ଖଣିଜ ସମ୍ବଳର ଉତ୍ତମ ଉପଯୋଗ ଏବଂ ଅର୍ଥ ସଂଚୟକୁ ଧ୍ୟାନ ଦିଆଯାଏ ତେବେ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଏକସଙ୍ଗେ ହେବା ଆବଶ୍ୟକ ବୋଲି ବୈଠକରେ ଆଲୋଚନା ହୋଇଛି । ତେବେ ଏଥିଲାଗି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ପରାମର୍ଶ ଲୋଡିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେବେ ଦେଶ ଓ ରାଜ୍ୟର ଉନ୍ନତି କରଣ କରିବାକୁ ହେଲେ ଏକାସଙ୍ଗେ ବିଧାନସଭା ଏବଂ ଲୋକସଭା ନିର୍ବାଚନ ହେବା ଆବଶ୍ୟକ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ତେବେ ଏସମ୍ପର୍କରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ପରାମର୍ଶକୁ ନେଇ ନିର୍ବାଚନ ବାବଦରେ ମୁହଁ ଖୋଲିବେ ପ୍ରଧାନମନ୍ତ୍ରୀ ।