କଟକରେ ପେଣ୍ଡାଲ୍ ରାଜଧାନୀରେ ତୋରଣ ! ହାଇବଜେଟ୍ ମେଢକୁ ନେଇ ପୂଜା କମିଟିଙ୍କ ଭିତରେ ପ୍ରତିଯୋଗୀତା

59

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଚାରିଆଡେ ପାର୍ବଣର ମାହୋଲ୍ । ଜଗତଜନନୀ ମା’ ଦୁର୍ଗାଙ୍କ ଆବାହନ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ରାଜଧାନୀ ଭୁବନେଶ୍ୱରରେ ମଣ୍ଡପକୁ ନେଇ ସତେ ଯେମିତି ପୂଜା କମିଟି ଗୁଡ଼ିକ ମଧ୍ୟରେ ଏକ ପ୍ରତିଯୋଗିତା ଚାଲିଛି । ଏହି ଦୌଡ଼ରେ ସାମିଲ ହେବା ନେଇ ଏଥର ପୂଜା ପାଇଁ ହୋଇଛି ବିଗ୍ ବଜେଟ୍ ପ୍ଲାନ୍ । ଦେଖନ୍ତୁ ବଡ଼ ବଜେଟ୍ ନେଇ ନିର୍ମାଣ ହୋଇଥିବା ଭୁବନେଶ୍ୱରର କିଛି ପୂଜା ମଣ୍ଡପର ପ୍ରସ୍ତୁତି ।

dasheraସୁଉଚ୍ଚ ତୋରଣ । ସୁକ୍ଷ୍ମ କାରୁକାର୍ଯ୍ୟ । ମା’ଙ୍କ ଆବାହନ ପାଇଁ ପ୍ରସ୍ତୁତ ହୋଇଛି କାଚ ମହଲ । ଛୋଟ ବଡ଼ କାଚ ଖଣ୍ଡରେ ଝଲସି ଉଠୁଛି ଶିଳ୍ପୀର ଯାଦୁଗରି । ଅନ୍ତିମ ପର୍ଯ୍ୟାୟରେ ପହଂଚିଛି ଭୁବନେଶ୍ୱର ରସୁଲଗଡ଼ ପୂଜା କମିଟିର ପ୍ରସ୍ତୁତି । ଏଥର ପୂଜାରେ ୩୫ ଲକ୍ଷର ବିଗ୍ ବଜେଟ୍ । ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଲାଇଟ୍ ସଜ୍ଜାରେ ଝଲସି ଯିବ ପୁରା ମଣ୍ଡପ । ଆଉ ଏଥିରେ ସାମିଲ୍ ହେବେ ବଲିଉଡ୍ କଳାକାର।

dashera mandapପୂଜା ମଣ୍ଡପରେ ବଲିଉଡ୍ ଜଲୱା । ସୁପରହିଟ୍ ଫିଲ୍ମ ବାହୁବଳୀର ସେଟ୍ ଭଳି ନିର୍ମାଣ ହୋଇଛି ଷ୍ଟେସନ୍ ବଜାରର ପୂଜା ମଣ୍ଡପ । ଏଥର ଜଗତଜନନୀ ମା’ ପୂଜା ପାଇବେ ମହେଶ୍ୱତା ପ୍ୟାଲେସରେ । ପୂଜା କମିଟି ପକ୍ଷରୁ ଏଥର ବଜେଟ୍ ରହିଛି ୪୫ ଲକ୍ଷ। ଏହା ସହ ସୁନା ଓ ରୁପା ଅଳଙ୍କାରରେ ଆଭୁସିତ ହେବ ମା’।

vlcsnap-2016-10-06-19h49m59s038ପୂଜା ମଣ୍ଡପର ଏହି ପ୍ରତିଯୋଗିତାରେ ପଛରେ ପଡିନି ଝାରପଡ଼ା ପୂଜା ମଣ୍ଡପ। ମା’ଙ୍କ ପୂଜା ପାଇଁ ମାୟା ମହଲ। ୮୦ ଫୁଟର ତୋରଣ, ଆଉ ତା ଭିତରେ ବୋହିବ ଝରଣାର ସୁଅ। ଭକ୍ତଙ୍କୁ ଆକର୍ଷିତ କଲା ଭଳି ପୁଣି ମଣ୍ଡପରେ ରହିବ ବିଭିନ୍ନ କିସମର ଆଲୋକ ସଜ୍ଜା। ୪୦ ଲକ୍ଷ ବଜେଟ ରଖିଥିବା ପୂଜା କମିଟି ବୟସ୍କ ଓ ଭିନ୍ନକ୍ଷମଙ୍କ ଦର୍ଶନଙ୍କ ପାଇଁ ରଖିଛି ସ୍ୱତନ୍ତ୍ର ବ୍ୟବସ୍ଥା।

vlcsnap-2016-10-06-19h52m08s607ଦାମୀ ପୂଜା ମଣ୍ଡପ ପ୍ରସ୍ତୁତ କରିବାରେ ବୋମିଖାଲ ମଣ୍ଡପ ବି ବେଶ ଆଗରେ ରହିଛି। ଏଥର ବଜେଟ୍ ରହିଛି ୩୦ ଲକ୍ଷ । ଚିନାବାଦାମ ଖୋଳ, ଝାଉଁ, ବେଲ ଖୋଳ ଏବଂ ଜଙ୍ଗଲି ଘାସରେ ତିଆରି ହୋଇଛି ଏକ ଅଦ୍ଭୁତ ମଣ୍ଡପ। ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି।