ଦାଗୀ ନେତାଙ୍କ ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ଗଠନ ନିଷ୍ପତ୍ତି ପରେ ଆସିଲା ଓଡିଶାର ଦାଗୀ ନେତାଙ୍କ ତାଲିକା

24

କନକ ବ୍ୟୁରୋ :  ଦାଗୀ ନେତାଙ୍କ ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟରେ ଗଠନ ନିଷ୍ପତ୍ତି ପରେ ଆସିଲା ଓଡ଼ିଶାର ଦାଗୀ ନେତାଙ୍କ ତାଲିକା । ଏଡିଆରର ରିପୋର୍ଟ ଅନୁସାରେ ଓଡ଼ିଶାର ୫୨ ଜଣ ବିଧାୟକ ଅର୍ଥାତ୍ ୩୫ ପ୍ରତିଶତ ବିଧାୟକଙ୍କ ନାଁରେ ପଡ଼ି ରହିଛି ଅପରାଧିକ ମାମଲା । ଏହି ବିଧାୟକ ମାନଙ୍କ ମଧ୍ୟରୁ ୪୧ ଜଣଙ୍କ ନାଁରେ ଗୁରୁତର ଅପରାଧିକ ମାମଲା ରହିଛି । ଯାହାର ପ୍ରତିଶତ ହେଉଛି ୨୮ ।

ଦାଗୀ ବିଧାୟକଙ୍କ ତାଲିକାର ଶୀର୍ଷରେ ରହିଛି ଶାସକ ବିଜେଡି ଦଳ । ବିଜେଡିର ୨୩ ଜଣଙ୍କ ନାଁରେ ରହିଛି ଗୁରୁତର ଅପରାଧିକ ମାମଲା । ଏହା ପଛକୁ ରହିଛି କଂଗ୍ରେସ । ୮ ଜଣ କଂଗ୍ରେସ ବିଧାୟକଙ୍କ ନାଁରେ ଗୁରୁତର ଅପରାଧିକ ମାମଲା ଥିବା ନେଇ ନିର୍ବାଚନୀ ସତ୍ୟପାଠରୁ ଜଣାପଡ଼ିଛି । ବିଜେପିର ୧୦ଜଣ ବିଧାୟକଙ୍କ ମଧ୍ୟରୁ ୭ ଜଣ ବିଧାୟକଙ୍କ ନାଁରେ ଗୁରୁତର ଅପରାଧିକ ମାମଲା ରହିଛି । ତେବେ ଯଦି ଆମେ ପ୍ରତିଶତ ହିସାବରେ ଆକଳନ କରିବା ଦାଗୀ ବିଧାୟକଙ୍କ ତାଲିକାର ଶୀର୍ଷରେ ରହିଛି ଭାରତୀୟ ଜନତା ପାର୍ଟିର ବିଧାୟକଙ୍କ ନାଁ ।

ବିଜେପିର ୭୦ ପ୍ରତିଶତ ବିଧାୟକଙ୍କ ନାଁରେ ଗୁରୁତର ଅପରାଧିକ ମାମଲା ରହିଛି । କଂଗ୍ରେସ ଦଳରୁ ନିର୍ବାଚିତ ହୋଇଥିବା ବିଧାୟକଙ୍କ ମଧ୍ୟରେ ୫୦ ପ୍ରତିଶତ ବିଧାୟକଙ୍କ ମଧ୍ୟରେ ଗୁରୁତର ଅପରାଧିକ ମାମଲା ରହିଛି । ଆଉ ପ୍ରତିଶତ ଅନୁସାରେ ବିଜେଡି ବିଧାୟକଙ୍କ ମଧ୍ୟରୁ ୨୦ ପ୍ରତିଶତ ବିଧାୟକଙ୍କ ନାଁରେ ଗୁରୁତର ଅପରାଧିକ ମାମଲା ରହିଛି ।