ବିଜେଡି କର୍ପୋରେଟର ରଂଜିତା ବିଶ୍ୱାଳ ଗିରଫ । ଡି ଲିଙ୍କ ମାମଲାରେ ଗିରଫ କଲା କମିସନରେଟ ପୁଲିସ

32

କନକ ବ୍ୟୁରୋ : କଟକରେ ବିଜେଡି କର୍ପୋରେଟର ରଂଜିତା ବିଶ୍ୱାଳ ଗିରଫ ହୋଇଛନ୍ତି । ଧଳ ସାମନ୍ତ ବ୍ରଦର୍ସ ସହ ଯୋଗୀ ଭାବେ କାମ କରୁଥିଲେ ରଂଜିତା ବିଶ୍ୱାଳ । ରଂଜିତା କଟକ ମହାନଗର ନିଗମର ୭ ନମ୍ବର ୱାର୍ଡର କର୍ପୋରେଟର ଭାବେ କାମ କରୁଛନ୍ତି । ପୂର୍ବରୁ ମଧ୍ୟ ତାଙ୍କୁ ଅନେକ ଥର ଜେରା କରାଯାଇଥିଲା । ରଂଜିତ ଗିରଫ ହେବା ପରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଛି ଦଳ । ତାଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ଏବଂ ଅସାମାଜିକ ତତ୍ୱ୍ୱଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଦଳ ଏପରି ନିଷ୍ପତି ନେଇ ଥିବା ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି ।