କରୋନାରେ ମନୋରଂଜନ ପାଇଁ ସରକାରଙ୍କ ନୂଆ ବ୍ୟବସ୍ଥା: ପୁଣି ଥରେ ପରଦାକୁ ଫେରିଲା ଲୋକପ୍ରିୟ ରାମାୟଣ ଓ ମହାଭାରତ ଧାରାବାହିକ

398

କନକ ବ୍ୟୁରୋ: କରୋନାରେ ତାଲାବନ୍ଦ ଥିବା ଲୋକଙ୍କ ମନୋରଂଜନ ପାଇଁ ସରକାର କରିଛନ୍ତି ନୂଆ ବ୍ୟବସ୍ଥା । ପୁଣି ଥରେ ଟିଭି ପରଦାକୁ ଫେରିଲା ଲୋକପ୍ରିୟ ପୌରାଣିକ ଧାରାବାହିକ ରାମାୟଣ ଓ ମହାଭାରତ । ଆଜିଠାରୁ ଦୂରଦର୍ଶନର ନ୍ୟାସନାଲ ଓ ଡିଡି ଭାରତୀରେ ଏହାର ପ୍ରସାରଣ ହେବ। ଦୂରଦର୍ଶନରେ ସକାଳ ୯ଟା ଓ ରାତି ୧୦ ଟାରେ ରାମାୟଣ ପ୍ରସାରଣ ହେଉଛି ।

ଡିଡି ଭାରତୀରେ ମଧ୍ୟାହ୍ନ ୧୨ଟାରେ ଓ ସଂଧ୍ୟା ୭ଟାରେ ପ୍ରସାରିତ ହେବ ମହାଭାରତ । ଅଶୀ ଦଶକରେ ଲୋକପ୍ରିୟ ହୋଇପାରିଥିବା ରାମାନନ୍ଦ ସାଗରଙ୍କ ରାମାୟଣ ପ୍ରତି ଦର୍ଶକଙ୍କ ଅତି ଭାବା ବେଗ ରହିଛି । ୧୯୮୭ରେ ଦୂରଦର୍ଶନରେ ପ୍ରଥମେ ପ୍ରସାରିତ ହୋଇଥିବା ରାମାନନ୍ଦ ସାଗରଙ୍କ ରାମାୟଣ ଭାରତୀୟ ଦର୍ଶକଙ୍କ ଟେଲିଭିଜନ ଦେଖିବାର ରୁଚି ଓ ଧାରାକୁ ବଦଳାଇ ଦେଇଥିଲା ।