ରଙ୍ଗରେ ଆସିପାରେ କି ‘କରୋନା’ ଭାଇରସ ? ଏଥର ହୋଲିରେ ରଙ୍ଗ ଖେଳି ହେବ ନା ନାହିଁ ? ରଙ୍ଗଖେଳକୁ ନେଇ ଲୋକଙ୍କ ମନରେ ଆଶଙ୍କା, ଡାକ୍ତର ଦେଲେ ଉତ୍ତର…

995

କନକ ବ୍ୟୁରୋ: ହୋଲି ଛଡାଇ ନେବ କି ମୁହଁର ହସ ? ରଙ୍ଗର ପର୍ବରେ ଫିକା ପଡିବ କି ଜୀବନର ରଙ୍ଗ? ହୋଲି ରଙ୍ଗ ଆଣିବ କି କରୋନା ଭାଇରସ ? କରୋନା ପାଇଁ କୋକୁଆ ଭୟ ଖେଳୁଥିବାରୁ ଏଥର ହୋଲି ଖେଳିବା ଉଚିତ ନା ନୁହେଁ? ହୋଲି ପୂର୍ବରୁ ଏମିତି କିଛି ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଘୁରି ବୁଲୁଛି । କାରଣ ସାରା ବିଶ୍ୱରେ କରୋନା ଯେଭଳି ଭାବେ କାୟା ବିସ୍ତାର କରି ଚାଲିଛି । କାଳେ ରଙ୍ଗ ଆଉ ଅବିର ମାଧ୍ୟମରେ ତାହା ମଣିଷ ଶରୀରକୁ ସଂକ୍ରମଣ କରିପାରେ ସେହି ଭୟ ଏବେ ସମସ୍ତଙ୍କୁ ଘାରିଛି ।

ସେପଟେ ପ୍ରଧାନମନ୍ତ୍ରୀ ମୋଦି ଏଥର ହୋଲି ଖେଳିବେନାହିଁ ବୋଲି ଟ୍ୱିଟ୍ କରିବା ପରେ ସମସ୍ତଙ୍କ ମନରେ ଗୋଟିଏ ଆଶଙ୍କା ଯେ, ସେମାନେ ହୋଲି ଖେଳିବେ କି ନାହିଁ ? ରଙ୍ଗରେ ସଂକ୍ରମଣ ଆସିପାରେ କି ? କିମ୍ବା ଭିଡ ଭିତରେ ସଂକ୍ରମଣ ବଢିବା ସମ୍ଭାବନା ଥାଏ କି? ଏହିଭଳି ଶଙ୍କା ଆଶଙ୍କା ଭିତରେ ଡାକ୍ତର ଦେଇଛନ୍ତି ହୋଲି ଟିପ୍ସ । ଡାକ୍ତରଙ୍କ କହିବା ଅନୁସାରେ ହୋଲି ଖେଳିଲେ କୌଣସି ଭାଇରସ ସଂକ୍ରମଣ ହୋଇ ନଥାଏ ।

ତେବେ କରୋନା ଭାଇରସ କୌଣସି ଆକ୍ରନ୍ତଙ୍କ ସହ ସିଧା ସଳଖ ମିଶାମିଶି କଲେ ହୋଇଥାଏ । ମାତ୍ର ରଙ୍ଗ ଦ୍ୱାରା ଏହା ହୋଇ ନଥାଏ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି । ଏଥରର ହୋଲିକୁ ସମସ୍ତେ ବେଶ ଧୁମଧାମରେ ଖେଳି ପାରିବେ ବୋଲି ଡାକ୍ତର ସୂଚନା ଦେଇଥିବା ବେଳେ ହୋଲି ଖେଳିଲା ବେଳେ କିଛିଟା ସତର୍କ ରହିବାକୁ ବି ପରାମର୍ଶ ଦେଇଛନ୍ତି ।

ଗତ କିଛି ଦିନ ତଳେ ଚାଇନା ରଙ୍ଗରେ କରୋନା ଭାଇରସ ଆସୁଥିବା ନେଇ କିଛି ମେସେଜ ଭାଇରାଲ ହେଉଥିଲା । ତେଣୁ ଚାଇନା ରଙ୍ଗ ପ୍ରତି ସାବଧାନ ରହିବାକୁ ସମସ୍ତଙ୍କୁ ଉକ୍ତ ଭିଡିଓରେ ସତର୍କ କରାଯାଉଥିଲା । ଆଉ ସେହି ମେସେଜ ସମସ୍ତଙ୍କ ମନରେ ଭୟ ଆଣିଥିଲା, ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା କି ଚଳିତ ଥର ହୋଲି ଖେଲିବା ଉଚିତ କିମ୍ବା ନୁହେଁ । ତେବେ ଏଭଳି ଦ୍ୱନ୍ଦ୍ୱକୁ ଦୂର କରିଛନ୍ତି ଡାକ୍ତର ଆଉ କହିଛନ୍ତି କି ରଙ୍ଗ ଖେଳ ଦ୍ୱାରା ଆସିବନି କରୋନା ଭାଇରସ ।