ବୁର୍ଲାରେ ସଂଦୀଗ୍ଧ କରୋନା ରୋଗୀ । କିଛି ଦିନ ତଳେ ଦକ୍ଷିଣ କୋରିଆରୁ ଫେରିଥିଲେ ସୁନ୍ଦରଗଡର ଯୁବକ : ଥଣ୍ଡାକାଶ ପରେ ଡାକ୍ତରଖାନା ଭର୍ତି

482

କନକ ବ୍ୟୁରୋ : ବୁର୍ଲା ଡାକ୍ତରଖାନାରେ ଜଣେ ସଂଦିଗ୍ଧ କରୋନା ସଂକ୍ରମିତ ରୋଗୀ ଭର୍ତି ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାର ଏହି ବ୍ୟକ୍ତି ଜଣକ ଗତ କିଛି ଦିନ ତଳେ ଦକ୍ଷିଣ କୋରିଆରୁ ଫେରିଛନ୍ତି । ସେଠାରୁ ଫେରିବା ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଯାଂଚ କରାଯାଇଥିଲା । ତାଙ୍କୁ ଦୀର୍ଘ ଦିନ ଧରି ଥଣ୍ଡାକାଶ ହେଉଥିବାବେଳେ ତାହା କମୁ ନାହିଁ । ଫଳରେ ଏହି ଯୁବକ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ସନ୍ଦେହ ବଢିଲା ।

ଶେଷରେ ତାଙ୍କୁ ଗତକାଲି ବୁର୍ଲା ସ୍ଥିତ ଭିମ୍ସାରରେ ଭର୍ତି କରାଯାଇଛି । ତାଙ୍କୁ କରୋନା ଆଇସୋଲେସନ୍ ୱାର୍ଡରେ ରଖାଯାଇଛି । ଏଥିରେ ଆବଶ୍ୟକ ଚିକିତ୍ସା ପାଇଁ ସମସ୍ତ ସୁବିଧା ଉପଲବ୍ଧ ରହିଛି । ସଂଦୀଗ୍ଧ ରୋଗୀଙ୍କ ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱର ଆଂଚଳିକ ପରୀକ୍ଷା କେନ୍ଦ୍ର ସମେତ କୋକଲାକାତ କିମ୍ବା ପୁନେ ସ୍ଥିତ ପରୀକ୍ଷାଗାର କୁ ପଠାଯିବ ବୋଲି ସୂଚନା ମିଳିଛି ।