ଦେଶରେ ହୁ ହୁ ହୋଇ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା : ବଢ଼ିପାରେ ଲକଡାଉନ୍ ଅବଧି ,ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଙ୍କେତ

3,514

କନକ ବ୍ୟୁରୋ : ଏପ୍ରିଲ ୧୪ ତାରିଖରେ ନହଟିପାରେ ଲକଡାଉନ୍ । ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଏନେଇ ସଂକେତ ଦେଇଛନ୍ତି । ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ତେଣୁ ତାଲା ବନ୍ଦ ଆସନ୍ତା ୧୪ ତାରିଖରେ ହଟି ନପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ତାଲା ବନ୍ଦ ବଳବତ୍ତର ରଖିବା ସପକ୍ଷରେ ଅନେକ ରାଜ୍ୟ ସରକାର ସର୍ବଦଳୀୟ ବୈଠକରେ ମତ ଦେଇଛନ୍ତି । ଏନେଇ ବିଜେଡି ସାଂସଦ ପିନାକୀ ମିଶ୍ର ସୂଚନା ଦେଇଛନ୍ତି ।

କରୋନା ପାଇଁ ମାର୍ଚ୍ଚ ୨୪ ତାରିଖରୁ ଏପ୍ରିଲ ୧୪ ଯାଏ ଦେଶରେ ୨୧ ଦିନିଆ ଲକଡାଉନ୍ ଜାରି ହୋଇଥିବା ବେଳେ ଏହି ଅବଧି ବଢିବ ନା ହଟିଯିବ ସେନେଇ ଚର୍ଚ୍ଚା ଜୋର ଧରିଛି । ଏନେଇ ଆଜି ଦେଶର ବିଭିନ୍ନ ଦଳର ନେତାଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ସର୍ବଦଳୀୟ ବୈଠକରେ ମାଗଣାରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ସହ ୫ ପ୍ରସ୍ତାବ ରଖିଛନ୍ତି ବିରୋଧୀ ।

ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓକନଫରେନ୍ସିଂ ସମୟରେ ଲକଡାଉନ ଶେଷ କରିବା ପାଇଁ ଏକ ମିଳିତ ଯୋଜନା ଉପରେ ଗୁରୁତ୍ୱ ଦେଇଥିଲେ । ତେବେ କରୋନା ସଂକ୍ରମଣ ବଢିଚାଲିଥିବା ଦୃଷ୍ଟିରୁ କଟକଣାକୁ ଆହୁରି ବଢାଇବାକୁ କେତେକ ରାଜ୍ୟ ଦାବି କରିଥିଲେ । ବିଭିନ୍ନ ବିଷେଷଜ୍ଞମାନେ ମଧ୍ୟ ଲକଡାଉନ ଅବଧିକୁ ବଢାଇବାକୁ ସୁପାରିଶ କରିଛନ୍ତି । ଗତ ମାର୍ଚ୍ଚ ୨୪ରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ୨୧ ଦିନିଆ ଲକଡାଉନ ଘୋଷଣା କରିଥିଲେ ।