ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ ଲକ୍ଷ ଟପିଲା: ମୃତ୍ୟୁ ସଂଖ୍ୟା ୪ ହଜାର ୩୩୭କୁ ବୃଦ୍ଧି; ଗୋଟିଏ ଦିନରେ ୬୩୮୭ଟି ନୂଆ ମାମଲା, ୧୭୦ଜଣଙ୍କ ଜୀବନ ନେଲା କରୋନା

1,748

କନକ ବ୍ୟୁରୋ: ଦେଶରେ ବଢୁଛି କରୋନାର ପ୍ରକୋପ । ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ଆହୁରୀ ବଢିବାରେ ଲାଗିଛି । ତେବେ ଗତ ୨୪ ଘଂଟାରେ ଦେଶରେ ଗୋଟିଏ ଦିନରେ ସର୍ବାଧିକ କରୋନା ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂଚନା ଅନୁସାରେ ଗତ ୨୪ ଘଂଟାରେ ଦେଶରେ ୧୭୦ ଜଣଙ୍କ ଜୀବନ ନେଇଛ କରୋନା ମହାମାରୀ । ଏଥି ସହିତ ୬ ହଜାର ୩୮୭ଟି ନୂଆ ମାମଲା ସାମ୍ନାକୁ ଆସିଛି ।

ସେହିଭଳି ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୧ ହଜାର ୭୬୭କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୪ ହଜାର ୩୩୭ରେ ପହଂଚିଛି । ସେହିଭଳି ଦେଶରେ ବର୍ତମାନ ୮୩,୦୦୪ ଜଣ ଆକ୍ଟିଭ୍ କେସ୍ ରହିଛି । ୬୪,୪୨୫ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ, ଦେଶରେ ମହାରାଷ୍ଟ୍ରରେ ୫୪ ହଜାର ଅତିକ୍ରମ କରିଛି ଆକ୍ରାନ୍ତ ସଂଖ୍ୟା । ମହାରାଷ୍ଟ୍ରରେ ଏବେ ଆକ୍ରାନ୍ତ ସଂଖ୍ୟା ୫୪ ହଜାର ୭୫୮ ରହିଛି । କରୋନା ମୃତ୍ୟୁ ସଂଖ୍ୟା ୧୭ ଶହ ୨୯ କୁ ବୃଦ୍ଧି ହୋଇଛି ।  ଗୁଜୁରାଟ ୯୧୫, ମଧ୍ୟପ୍ରଦେଶ ୩୦୫, ଦିଲ୍ଲୀରେ ୨୮୮ ମୃତ ।

ମୃତକଙ୍କ ସଂଖ୍ୟା: ଆନ୍ଧ୍ରପ୍ରଦେଶରେ ୫୭ ଜଣ, ଆସାମରେ ୪ ଜଣ, ବିହାରରେ ୧୩ ଜଣ, ଚଣ୍ଡିଗଡ଼ରେ ୪ ଜଣ, ଦିଲ୍ଲୀରେ ୨୮୮ ଜଣ, ଗୁଜରାଟରେ ୯୧୫ ଜଣ, ହରିୟାଣାରେ ୧୭ ଜଣ, ହିମାଚଳ ପ୍ରଦେଶରେ ୫ ଜଣ, ଜମ୍ମୁ ଓ କଶ୍ମୀରରେ ୨୪ ଜଣ, ଝାଡ଼ଖଣ୍ଡରେ ୪ ଜଣ, କର୍ଣ୍ଣାଟକରେ ୪୪ ଜଣ, କେରଳରେ ୬ ଜଣ, ମଧ୍ୟପ୍ରଦେଶରେ ୩୦୫ ଜଣ, ମହାରାଷ୍ଟ୍ରରେ ୧୭୯୨ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୭ ଜଣ, ପଞ୍ଜାବରେ ୪୦ ଜଣ, ରାଜସ୍ଥାନରେ ୧୭୦ ଜଣ, ତାମିଲନାଡୁରେ ୧୨୭ ଜଣ, ତେଲେଙ୍ଗାନାରେ ୫୭ ଜଣ, ଉତ୍ତରାଖଣ୍ଡରେ ୪ ଜଣ, ଉତ୍ତରପ୍ରଦେଶରେ ୧୭୦ ଜଣ ଏବଂ ପଶ୍ଚମବଙ୍ଗରେ ୨୮୩ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୩୧୭୧), ଅରୁଣାଚଳ ପ୍ରଦେଶ (୨), ଆସାମ (୬୧୬), ବିହାର (୨୯୮୩), ଚଣ୍ଡିଗଡ଼ (୨୬୬), ଛତିଶଗଡ଼ (୩୬୧), ଦାଦର ନଗର ହାୱେଲି (୨) ଜଣ, ଦିଲ୍ଲୀ (୧୪୪୬୫), ଗୋଆ (୬୬), ଗୁଜରାଟ (୧୪୮୨୧), ହରିୟାଣା (୧୩୦୫), ହିମାଚଳ ପ୍ରଦେଶ (୨୪୭), ଜମ୍ମୁ ଓ କଶ୍ମୀର (୧୭୫୯), ଝାଡ଼ଖଣ୍ଡ (୪୨୬) କର୍ଣ୍ଣାଟକ (୨୨୮୩), କେରଳ (୯୬୩), ଲଦାଖ (୫୩), ମଧ୍ୟପ୍ରଦେଶ (୭୦୨୪), ମହାରାଷ୍ଟ୍ର (୫୪୭୫୮), ମଣିପୁର (୩୯), ମେଘାଳୟ (୧୫), ମିଜୋରାମ (୧), ନାଗାଲାଣ୍ଡ (୪),  ଓଡ଼ିଶା (୧୫୧୭), ପୁଦ୍ଦୁଚେରୀ (୪୬), ପଞ୍ଜାବ (୨୧୦୬), ରାଜସ୍ଥାନ (୭୫୩୬), ସିକିମ୍ (୧), ତାମିଲନାଡୁ (୧୭୭୨୮), ତେଲେଙ୍ଗାନା (୧୯୯୧), ତ୍ରିପୁରା (୨୦୭), ଉତ୍ତରାଖଣ୍ଡ (୪୦୧), ଉତ୍ତରପ୍ରଦେଶ (୬୫୪୮) ଓ ପଶ୍ଚିମବଙ୍ଗ (୪୦୧୩) ।