ଖାକି ବର୍ଦ୍ଦିର ଗର୍ବ : ବିଚ ରାସ୍ତାରେ ଯୁବକଙ୍କୁ ଗାଳିଗୁଲଜ କରିବା ସହ ନିସ୍ତୁକ ପିଟିଲେ କନେଷ୍ଟବଳ

600

କନକ ବ୍ୟୁରୋ : ପୋଲିସ୍ ସମ୍ମୁଖରେ ଜଣେ ଯୁବକଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ନିସ୍ତୁକ ମାଡମାରୁଛନ୍ତି ଆଉ ଜଣେ ପୋଲିସ କର୍ମଚାରୀ । ଏଭଳି ଭିଡିଓ ଏବେ ଭାଇରାଲ ହୋଇଛି ସୋସିଆଲ ମିଡିଆରେ । ଫେସବୁକରୁ ଆରମ୍ଭ କରି ହ୍ୱାଟସପରୁ ହ୍ୱାଟସପକୁ ଘୁରିବୁଲୁଛି ଏହି ଭିଡିଓ । ଭାଇରାଲ ହେଉଥିବା ଦୃଶ୍ୟରେ ଦେଖିବାକୁ ମିଳୁଛି ଏକ ମୋଟା ପ୍ଲାଷ୍ଟିକ ପାଇପ ଧରି ସାଦା ପୋଷାକ ପିନ୍ଧିଥିବା ପୋଲିସ କର୍ମଚାରୀ ଜଣକ ଯୁବକଙ୍କୁ ନିସ୍ତୁତ ମାଡ଼ ମାରି ଚାଲିଛନ୍ତି । ଉକ୍ତ କର୍ମଚାରୀ ଜଣକ ହେଲେ ରଞ୍ଜନ ମହାପାତ୍ର ଆଉ ସେ ରିଜର୍ଭ ପୋଲିସ କାର୍ଯ୍ୟାଳୟରେ କନେଷ୍ଟବଳ ଭାବେ କାର୍ଯ୍ୟ କରନ୍ତି ।

ସର୍ବସମ୍ମୁଖରେ ପୋଲିସର ଦବଙ୍ଗଗିରି କେତେଦୂର ଯୁକ୍ତିଯୁକ୍ତ । ସବୁଠାରୁ ବଡ଼ିମ୍ବନାର ବିଷୟ ହେଲା ଯୁବଙ୍କୁ ନିସ୍ତୁତ ମାଡ଼ ମାରିବା ସମୟରେ ସବୁ ଘଟଣାର ଦେଖୁଛନ୍ତି ପାଖରେ ଥିବା ଦୁଇଜଣ ପୋଲିସ କର୍ମଚାରୀ । ଆଉ ପାଖରେ ବି ରହିଛି ପିସିଆର ଭ୍ୟାନ । ହେଲେ କେହି ପ୍ରତିବାଦ କରୁନାହାନ୍ତି । ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି, ତେବେ ଆଇନ ନିଜ ହାତକୁ ନେବାକୁ ତାଙ୍କୁ ଅଧିକାର ଦେଲା କିଏ । ବିଚବଜାରରେ ପୋଲିସର ଏଭଳି ଉନ୍ମତ୍ତ କାଣ୍ଡକୁ ସାଧାରଣରେ ନିନ୍ଦା କରା ଯାଇଥିବାବେଳେ ଏହା କେେ ବକାର ଭିଡିଓ ଓ ଯୁବକଙ୍କୁ କାହିଁକି ପୋଲିସ କର୍ମଚାରୀ ଜଣକ ପିଟୁଛନ୍ତି ଆଉ କେଉଁଠି ଏଘଟଣା ତାହା ତଦନ୍ତ ପରେ ହିଁ ଜଣାପଡିବ ।