ତମ୍ବାରେ ରହିଛି ଅନେକ ଔଷଧୀୟ ଗୁଣ ! ତମ୍ବା ପାତ୍ରରେ ପାଣି ରଖି ପିଇଲେ ଭଲ ହୋଇଥାଏ ଅନେକ ରୋଗ, ଜାଣନ୍ତୁ କିପରି କରିବେ ବ୍ୟବହାର ।

135

ତମ୍ବାରେ ଅନେକ ଔଷଧୀୟ ଗୁଣ ରହିଛି । ତମ୍ବା ପାତ୍ରରେ ପାଣି ରଖି ପିଇବା ଶରୀର ପାଇଁ ବେସ ହିତକର ହୋଇଥାଏ । ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ । ସେଥି ପାଇଁ ଲୋକମାନେ ପୂଜା ପର୍ବାଣିରେ ତମ୍ବା ପାତ୍ରର ବ୍ୟବହାର କରିଥାନ୍ତି । କେବଳ ସେତିକି ନୁହେଁ ଅନେକ ଲୋକ ମଧ୍ୟ ତମ୍ବା ପାତ୍ରରେ ପାଣି ରଖି ସକାଳୁ ପିଇଥାନ୍ତି । ଏପରି ନିୟମିତ କରିବା ଦ୍ୱାରା ଶରୀରରେ ଅନେକ ରୋଗ କ୍ଷୟ ହୋଇଯାଇଥାଏ । ତମ୍ବା ପାତ୍ରରେ ପ୍ରାୟ ୮ ଘଣ୍ଟା ପାଣି ରଖି ପିଇବା ନିତ୍ୟନ୍ତ ଆବଶ୍ୟକ । କାରଣ ତମ୍ବାରେ ଥିବା ଔଷଧୀୟ ଗୁଣ ପାଣିରେ ମିଶି ଶରୀରକୁ ରୋଗଠାରୁ ଦୁରେଇ ରଖିଥାଏ ।

ଜାଣନ୍ତୁ କେଉଁ କେଉଁ ରୋଗରୁ ମିଳିବ ମୁକ୍ତି ।

ତମ୍ବା ପାତ୍ରରେ ପାଣି ରଖି ପିଇବା ଦ୍ୱାରା ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ । ଯେପରିକି,
• ହୃତପିଣ୍ଡକୁ ସୁସ୍ଥ ରଖି ବ୍ଲଡ୍ ପ୍ରେସରକୁ ନିୟନ୍ତ୍ରଣ କରିଥାଏ ।
• ହାର୍ଟ ଆଟାକର ଆଶଙ୍କାକୁ ମଧ୍ୟ କମ କରିଥାଏ ।
• ଶ୍ମରଣ ଶକ୍ତିକୁ ବୃଦ୍ଧି କରିଥାଏ ।
• ଏହା ବାତ, ପିତ ଏବଂ କଫ ଭଳି ରୋଗରୁ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ ।
• ତମ୍ବା ପାତ୍ରରେ ପାଣି ରଖି ପିଇବା ଦ୍ୱାରା ଅନେକ ପ୍ରକାର ପେଟ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ତମ୍ବା ପାତ୍ରର ପାଣି ପିଇବା ଦ୍ୱାରା ହଜମ ଶକ୍ତି ବଢିଥାଏ, ଗ୍ୟାସ ହୋଇନଥାଏ, ପେଟ ପରିଷ୍କାର ରହିଥାଏ ଏବଂ ପେଟରେ ଥିବା ହାନିକାରକ ବ୍ୟାକ୍ଟେରିଆକୁ ମାରି ଡାଇରିଆ, ପିଲିୟା ଓ ଆସିଡିଟି ଭଳି ରୋଗରୁ ମୁକ୍ତି ଦେବା ସହ ପେଟକୁ ଇନଫେକ୍ସନ ହେବାରେ ରକ୍ଷା କରିଥାଏ ।
• ତମ୍ବା ପାଣି ପିଇବା ଦ୍ୱାରା ଚର୍ମ ଉପରେ ଏକ ଲେୟାର ପଡିଯାଇଥାଏ, ଯାହା ଫଳରେ ଲମ୍ବା ସମୟ ପର୍ଯ୍ୟନ୍ତ ଆପଣ ଯବାନ ରହିଥାନ୍ତି ।
• ତମ୍ବା ହାଡ ଏବଂ ଇମ୍ୟୁନ ସିଷ୍ଟମକୁ ମଧ୍ୟ ମଝବୁତ ବନାଇଥାଏ ।
• ଅତି ବାଇଗଣୀ ରଶ୍ମିରୁ ଚର୍ମକୁ ରକ୍ଷା କରି ମେଲାନିନ ତିଆରି କରିବାରେ ତମ୍ବା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।
• ତମ୍ବାରେ ଥିବା ଆଣ୍ଟି ଅକ୍ସିଡେଂଟ୍ସ, ଆଣ୍ଟି ବ୍ୟାକ୍ଟେରିଆଲ ଏବଂ ଆଣ୍ଟି ଇଂଫ୍ଲେକ୍ଟରି ଶରୀରର ବାହ୍ୟ ଏବଂ ଆଭ୍ୟନ୍ତରିଣ ଅଙ୍ଗରେ ହୋଇଥିବା ‘ଘା’କୁ ଭଲ କରିବାରେ ମଧ୍ୟ ବେସ ସହାୟକ ହୋଇଥାଏ ।