ନିଜ ଗୋଡରେ ନିଜେ କୁରାଢ଼ି ମାରିବା ଭଳି କାମ କଲେ ପୁଲିସକର୍ମୀ : ଭୁଲବଶତଃ ପୁଲିସ ଡାଟାବେସରେ ଦୁଷ୍କର୍ମକାରୀ ନାଁ ପରିବର୍ତ୍ତେ ଲେଖିଲେ ନିଜ ନାଁ । ତା’ପରେ…

65

ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିବା ଭଳି କାମ କରିଛନ୍ତି ଜଣେ ପୁଲିସକର୍ମୀ । ତାଙ୍କ ପରିଚୟ ମିଳି ପାରିନଥିବା ବେଳେ ସେ କରିଥିବା କାମକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛିା

ସୂଚନା ମୁତାବକ, ପୁଲିସ ଷ୍ଟେସନକୁ ଏକ ଦୁଷ୍କର୍ମର ଅଭିଯୋଗ ଆସିଥିବା ବେଳେ ହାଜତ ରିପୋର୍ଟ ଲେଖିଥିଲେ ପୁଲିସକର୍ମୀ । ରିପୋର୍ଟ ଲେଖିବା ସମୟରେ ସେ ଭୁଲରେ ଅଭିଯୁକ୍ତର ନାମ ଲେଖିବା ପରିବର୍ତ୍ତେ ନିଜ ନାମ ଲେଖି ଅଦାଲତକୁ ପଠାଇ ଦେଇଥିଲେ । ତାଙ୍କୁ ଜଣା ନଥିଲା ତାଙ୍କର ଏହି ଭୁଲ ତାଙ୍କୁ ଏତେ ଭାରି ପଡ଼ିବ ।

ଅଦାଲତକୁ ଏହି ରିପୋର୍ଟ ମିଳିବା ପରେ ଅଭିଯୁକ୍ତକୁ ଅଦାଲତରେ ହାଜର ହେବା ପାଇଁ ପାଇଁ ନୋଟିସ ଜାରି କରାଯାଇଥିଲା । କିନ୍ତୁ ପୁଲିସକର୍ମୀ ସେ ପର୍ଯ୍ୟନ୍ତ କରିଥିବା ଭୁଲ ବିଷୟରେ ଜାଣି ନଥିବାରୁ କୋର୍ଟକୁ ଯାଇ ପାରିନଥିଲେ । ଯାହା ପରେ ତାଙ୍କୁ ଗିରଫ କରିବା ପାଇଁ ଆଦେଶ ଦେଇଥିଲେ ଅଦାଲତ । ପରେ ନିଜ ଭୁଲ ବିଷୟରେ ଜାଣି ସଂଶୋଧନ କରିଥିଲେ ପୁଲିସକର୍ମୀ ।