ନକ୍ସଲ ନାଁରେ ଚାନ୍ଦା ଆଦାୟ କରୁଥିଲେ କନେଷ୍ଟବଳ । ଅଭିଯୋଗ ପରେ ଗିରଫ କଲା ରାୟଗଡା ବିଷମକଟକ ପୋଲିସ

ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ମାଗିଥିଲେ ଚାନ୍ଦା

402

କନକ ବ୍ୟୁରୋ: ନକ୍ସଲ ନାଁରେ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ଗିରଫ ହେଲେ କନଷ୍ଟେବଳ । ରାୟଗଡା ଜିଲ୍ଲାରୁ ଆସିଛି ଏଭଳି ଖବର । ରାୟଗଡା ଜିଲ୍ଲାରେ ଦୀର୍ଘଦିନ ଧରି ନକ୍ସଲ ନାଁରେ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ଜଣେ ଏପିଆର କନଷ୍ଟେବଳକୁ ବିଷମକଟକ ଥାନା ପୋଲିସ ଗିରଫ କରିଛି । ଗିରଫ କନଷ୍ଟେବଳ ହେଲେ ଜିଲ୍ଲା ଗୁଇନ୍ଦା ବିଭାଗର ଜୀ. ଶ୍ରୀକାନ୍ତ କୁମାର । ଅଭିଯୁକ୍ତଠାରୁ ଗୋଟିଏ ୯ଏମଏମର ପିସ୍ତଲ ସହ ୨୪ ରାଉଣ୍ଡ ଗୁଳି ଦୁଇଟି ମାଗାଜିନ, ୩ଟି ମୋବାଇଲ୍ ଫୋନ ଓ ଗୋଟିଏ ସ୍କୁଟି ଜବତ କରିଛି ପୋଲିସ୍ ।

ସୂଚନା ଅନୁଯାୟୀ ପାରାବେଡା ଅଂଚଳର ଜଣେ ବ୍ୟବସାୟୀ ସବନ କୁମାର ମହାନ୍ତିଙ୍କୁ ଗତ ସେପ୍ଟେମ୍ବର ୪ତାରିଖ ଦିନ ଫୋନ୍ ଯୋଗେ ଧମକ ଚମକ ଦେବା ସହ ଟଙ୍କା ଦାବି କରିଥିଲେ ଶ୍ରୀକାନ୍ତ । ପୂର୍ବରୁ ଅଗଷ୍ଟ ୧୮ ତାରିଖରେ ମଧ୍ୟ ସବନ ମହାନ୍ତିଙ୍କ ସୁପରଭାଇଜରଙ୍କୁ ବିଷମକଟକ ଥାନା ଅନ୍ତର୍ଗତ ଗତିଗୁଡା ନିକଟରେ ମୁଣ୍ଡରେ ବନ୍ଧୁକ ଲଗାଇ ନକ୍ସଲ ନାଁରେ ଚାନ୍ଦା ମାଗିଥିଲେ । ବ୍ୟବସାୟୀ ସବନ କୁମାର ମହାନ୍ତି ଏନେଇ ବିଷମକଟକ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତି କରି ପୋଲିସ ଅଭିଯୁକ୍ତି ଜୀ. ଶ୍ରୀକାନ୍ତକୁମାରଙ୍କୁ ଗିରଫ କରିଥିବା ରାୟଗଡା ଏସପି ସୂଚନା ଦେଇଛନ୍ତି ।