ଅପରେସନ ଥିଏଟରରେ ରୋଷେୟା କରୁଛନ୍ତି ଡାକ୍ତରଙ୍କୁ ସାହାଯ୍ୟ !

32

ଲକ୍ଷ୍ନୌ : କେଜିଏମୟୁର ଅପରେସନ ଥିଏଟର, ଆଇସିୟୁ, କ୍ୟାଥ ଲ୍ୟାବ୍ ଏବଂ କ୍ରିଟିକାଲ୍ କେୟାର ୱାର୍ଡରେ ସିକ୍ ଆଟେଣ୍ଡାଂଟ ପଦରେ ରୋଷେୟା ନିଯୁକ୍ତ ହୋଇଛନ୍ତି । ଅଭିଯୋଗ ଯେ ରେଜିଷ୍ଟ୍ରାରର ନିର୍ଦ୍ଦେଶ ପରେ ଗତ ତିନି ମାସରେ ୧୦ ଜଣ ରୋଷେୟା ଟ୍ରମା-୨ ରୁ ନେଇ କେଜିଏମୟୁର ବିଭିନ୍ନ ବିଭାଗରେ ନିଯୁକ୍ତ ହୋଇଛନ୍ତି । ଏମାନେ ସବୁ ଅପରେସନରେ ବ୍ୟବହୃତ ହେଉଥିବା ଉପକରଣର ଡିସଇନଫେକ୍ଟାଂଟ କରିବା , ରୋଗୀଙ୍କୁ ଡ୍ରେସିଂ ସହ ଆଇସିୟୁରେ ରୋଗୀଙ୍କର ଦେଖାଶୁଣା ଭଳି କାମ କରିଥାନ୍ତି । ଏହି ରୋଷେୟାଙ୍କୁ ଏପରି କାମ ପାଇଁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇନି । ଏହି ଖୁଲାସା କେଜିଏମୟୁର କର୍ମଚାରୀ ସଂଘ କରିଛନ୍ତିା

ରେଜିଷ୍ଟ୍ରାର ସହ ମିଶି ବିରୋଧ –
କେଜିଏମୟୁ କର୍ମଚାରୀ ସଂଘର ମହାମନ୍ତ୍ରୀ ପ୍ରଦୀପ ରେଜିଷ୍ଟ୍ରାର ସହ ସାକ୍ଷାତକରି ଏହି ନିଷ୍ପତ୍ତିର ବିରୋଧ କରିଛନ୍ତି । ଏହାସହ ଏହି ସମ୍ବନ୍ଧରେ ରେଜିଷ୍ଟ୍ରାରକୁ ପତ୍ର ମଧ୍ୟ ଦିଆଯାଇଛି । ପତ୍ରରେ କୁହାଯାଇଛି କି ବିଭାଗରେ କେବଳ ଆଟେଣ୍ଡାଂଟର ପଦରେ ଟ୍ରମା-୨ରୁ ନେଇ ୧୦ ରୋଷେୟାଙ୍କୁ ରଖାଯାଇଛି । ଏମସିଆଇର ନିୟମାନୁସାରେ ଓଟି , ଆଇସିୟୁ ଓ ୱାର୍ଡରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ପୁରାପୁରି ଭାବେ ପ୍ରଶିକ୍ଷଣ ନେବା ଉଚିତ୍ । ଏହାସହ ଏହି କର୍ମଚାରୀମାନଙ୍କୁ ଉପକରଣ , ଓଟି ସହ ୱାର୍ଡଗୁଡିକୁ ଡିସଇନଫେକ୍ଟାଂଟ କରିବାର ଟ୍ରେନିଂ ପୁରା କରିବା ଦରକାର ।

ରୋଷେୟା କହିଲେ ଆମେ ଏହା କରିବାକୁ ଚାହୁଁନୁ –
ମହାମନ୍ତ୍ରୀ ପ୍ରଦୀପ କହିଛନ୍ତି , ଅନେକ ବିଭାଗରେ ନିଯୁକ୍ତ ରୋଷେୟାମାନେ କର୍ମଚାରୀ ସଂଘକୁ ଅଭିଯୋଗ କରିଛନ୍ତି କି ସେମାନଙ୍କୁ ଉପକରଣର ସଫା କରିବା ଆସେନାହିଁ । ଡାକ୍ତରଙ୍କ କହିବାନୁସାରେ ସେ ଉପକରଣର ସଫା ତ କରନ୍ତି , କିନ୍ତୁ ଅନେକ ଥର ଉପକରଣରେ ଲାଗିଥିବା ରକ୍ତ ଛିଟା ରହିଯାଇଥାଏ । ଏହି କାରଣରୁ ସେମାନଙ୍କୁ ଡାକ୍ତରଙ୍କ ରୋଷର ଶିକାର ହେବାକୁ ପଡିଛି ।

ଏହି ବିଷୟରେ କେଜିଏମୟୁର ରେଜିଷ୍ଟ୍ରାର ରାଜେଶ ରାୟ କହିଛନ୍ତି , ‘ମୁଁ ଏହି ରୋଷେୟାଙ୍କୁ ବିଭିନ୍ନ ବିଭାଗରେ ଚତୁର୍ଥ ଶ୍ରେଣୀର ପଦରେ ନିଯୁକ୍ତ କରାଯାଇଥିଲା । କର୍ମଚାରୀ ସଂଘ ଅଭିଯୋଗ କରିଛନ୍ତି କି ଏହି ସବୁରେ ସିକ୍ ଆଟେଂଡାଂଟର କାମ ସେମାନେ କରୁଛନ୍ତି । ଦାୟିତ୍ୱରେ ଥିବା ସଂପୃକ୍ତ ସଂସ୍ଥାନ ସହ କଥାବାତ୍ତା କରାଯିବ । ’

(ସୌଜନ୍ୟ- ନବଭାରତ ଟାଇମ୍ସ)