ଲେଖାଶ୍ରୀଙ୍କ ଟ୍ୱିଟକୁ ନେଇ ବିବାଦ । କାର୍ଟୁନ ଜରିଆରେ ଜଗନ୍ନାଥଙ୍କୁ ଅପମାନ ଅଭିଯୋଗରେ ସୋସିଆଲ ମିଡିଆରେ କ୍ଷୋଭ, କ୍ଷମା ମାଗିବାକୁ ଦାବି ।

ଟ୍ୱିଟ ମାଧ୍ୟମରେ ବାର୍ତ୍ତା ଦିଆଯାଇଛି - ନବୀନ କଲେ ପ୍ରତ୍ୟାଖାନ, ମୋଦି ଦେଲେ କୃଷକଙ୍କୁ ସମ୍ମାନ । ରାଜ୍ୟ ରାଜନୀତିରେ ଏବେ କାଳିଆକୁ ନେଇ ଯଥେଷ୍ଟ ଚର୍ଚ୍ଚା ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ସଭାରେ ଏହି ଯୋଜନାକୁ ଗୁରୁତ୍ୱ ଦିଆଯାଉଛି । ଆଗାମୀ ନିର୍ବାଚନରେ କୃଷକ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯାଉଥିବା ବେଳେ ଚାଷୀଙ୍କୁ ନିଜ ସପକ୍ଷକୁ ନେବାର ବଡ ଉଦ୍ୟମ କରାଯାଉଛି । ଯେଉଁ ରେସରେ ଲେଖାଶ୍ରୀ ମଧ୍ୟ ସାମିଲ ହୋଇଛନ୍ତି ।

620

କୃଷକ କଲ୍ୟାଣ ପାଇଁ ରାଜ୍ୟ ନା କେନ୍ଦ୍ର କିଏ ଅଧିକ ଚିନ୍ତିତ, ସେନେଇ ବିତର୍କ ଚାଲିଥିବା ବେଳେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଏକ ଟ୍ୱିଟକୁ ନେଇ ବିବାଦ ଦେଖାଦେଇଛି । ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ କେନ୍ଦ୍ର ସରକାରଙ୍କ ପିଏମ କିଷାନ ନିଧି ଯୋଜନା ସହ ତୁଳନା କରାଯାଇ ଏହି ପୋଷ୍ଟ କରାଯାଇ ଥିବା ବେଳେ ଏକ ନିର୍ଦ୍ଦିଷ୍ଟ କାର୍ଟୁନକୁ ନେଇ ଆପତ୍ତି ଉଠିବାରେ ଲାଗିଛି ।

କଣ ଥିଲା ଟ୍ୱିଟ?
୨୪ ଫେବୃୟାରୀରେ ବିଜେପି ନେତ୍ରୀ ଲେଖାଶ୍ରୀ ଏକ ଟ୍ୱିଟ କରି ଦର୍ଶାଇଥିଲେ, କିଭଳି ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ଚାଷୀ ଧୋକାର ଶୀକାର ହେବା ପରେ ପିଏମ କିଷାନ ଯୋଜନା ଜରିଆରେ ଉପକୃତ ହେଉଛି । ୬ଟି କାର୍ଟୁନକୁ ଗୋଟିଏ ଫ୍ରେମରେ ରଖାଯାଇ କିଷାନ ଯୋଜନାକୁ କାଳିଆ ଠାରୁ ବେଶ ଭଲ ବୋଲି ଦର୍ଶାଇବାକୁ ଚେଷ୍ଟା କରିଛନ୍ତି ଲେଖାଶ୍ରୀ ।


ଟ୍ୱିଟ ମାଧ୍ୟମରେ ବାର୍ତ୍ତା ଦିଆଯାଇଛି – ନବୀନ କଲେ ପ୍ରତ୍ୟାଖାନ, ମୋଦି ଦେଲେ କୃଷକଙ୍କୁ ସମ୍ମାନ । ରାଜ୍ୟ ରାଜନୀତିରେ ଏବେ କାଳିଆକୁ ନେଇ ଯଥେଷ୍ଟ ଚର୍ଚ୍ଚା ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ସଭାରେ ଏହି ଯୋଜନାକୁ ଗୁରୁତ୍ୱ ଦିଆଯାଉଛି । ଆଗାମୀ ନିର୍ବାଚନରେ କୃଷକ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯାଉଥିବା ବେଳେ ଚାଷୀଙ୍କୁ ନିଜ ସପକ୍ଷକୁ ନେବାର ବଡ ଉଦ୍ୟମ କରାଯାଉଛି । ଯେଉଁ ରେସରେ ଲେଖାଶ୍ରୀ ମଧ୍ୟ ସାମିଲ ହୋଇଛନ୍ତି ।

ବିବାଦ କାହିଁକି?
ଏବେ ନଜର ପକାନ୍ତୁ, କାହିଁକି ଏହି ଟ୍ୱିଟକୁ ନେଇ ବିବାଦ ଦେଖାଦେଇଛି । ଯେଉଁ ୬ଟି କାର୍ଟୁନକୁ ଏକାଠି ଆଣି ଏହି ପୋଷ୍ଟଟିକୁ କରାଯାଇଛି, ତାର ପ୍ରଥମ କାର୍ଟୁନକୁ ନେଇ ଉଠିଛି ଆପତ୍ତି । ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଟ୍ୱିଟ୍ କରି କହିଛନ୍ତି, ଏହା ମାଧ୍ୟମରେ ଜଗନ୍ନାଥଙ୍କ ମଜାକ ଉଡାଯାଇଛି ।

ଟ୍ୱିଟରରେ ପ୍ରତିକ୍ରିୟା
ପ୍ରଥମ କାର୍ଟୁନକୁ ଯଦି ନିରିଖେଇ ଦେଖିବେ, ତେବେ କାଳିଆ ଯୋଜନାର ନାଁକୁ ଜଗନ୍ନାଥଙ୍କ ସହ ଯୋଡି ଉପସ୍ଥାପନ କରିବାକୁ ଚେଷ୍ଟା କରାଯାଇଛି । ଯାହାକୁ ଅନେକ ନାପସନ୍ଦ କରିଛନ୍ତି । ଦେବାଶିଷ ଦାଶ ଟ୍ୱିଟ କରି କହିଛନ୍ତି, କ୍ଷମା ମାଗିବା ସହ ଲେଖାଶ୍ରୀ ଏହି ଫଟୋକୁ ତୁରନ୍ତ ହଟାଇ ଦିଅନ୍ତୁ ।

ଟ୍ୱିଟ କରି ବିକ୍ରମ ସ୍ୱାଇଁ କହିଛନ୍ତି, ସାମ୍ପ୍ରଦାୟିକ କାର୍ଡ ଖେଳି ଯେଉଁ ରାଜନୈତିକ ଦଳ ଭୋଟ ବ୍ୟାଙ୍କ ସୃଷ୍ଟି କରିବାକୁ ଚାହାନ୍ତି, ସେମାନଙ୍କ ପାଇଁ ଏହା କିଛି ନୂଆ ନୁହେଁ ।

ସେହିଭଳି ଅଶ୍ମିନୀ ଟ୍ୱିଟ କରି କହିଛନ୍ତି, ପ୍ରଥମ କାର୍ଟୁନରେ ଜଗନ୍ନାଥଙ୍କୁ ନବୀନ ବାବୁଙ୍କ ତୁଳନା କରିବା ଠିକ ହୋଇନାହିଁ । ଓଡିଆ ଲୋକଙ୍କ ପ୍ରତି ଏହା ଅପମାନ ।

ପୋଷ୍ଟକୁ ନେଇ ଆଉ କିଛି ଟ୍ୱିଟ ଉପରେ ନଜର ପକାନ୍ତୁ ।

କାଳିଆ ବନାମ କିଷାନ
ଖାଲି ପ୍ରତିକ୍ରିୟା ଗୋଟିଏ କାର୍ଟୁନକୁ ନେଇ ହୋଇନାହିଁ, ବରଂ ଯୋଜନାକୁ ନେଇ ମଧ୍ୟ ସୋସିଆଲ ମିଡିଆ ବ୍ୟବହାରକାରୀ ନିଜ ନିଜ ଆଭିମୁଖ୍ୟ ରଖିଛନ୍ତି । କିଏ କାଳିଆ ଯୋଜନାକୁ ସମର୍ଥନ କରିଥିବା ବେଳେ ଆଉ କିଏ କିଷାନ ଯୋଜନାକୁ ନେଇ ନିଜ ଆଭିମୁଖ୍ୟ ରଖିଛି ।

ବଡ କଥା ହେଉଛି, ବିବାଦ ଆଗକୁ ବଢୁଥିବା ବେଳେ ନିଜ ପେଜରେ ଏନେଇ କିଛି ମଧ୍ୟ ସ୍ପଷ୍ଟୀକରଣ ରଖିନାହାନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ।