ମାଗଣା ଥିଲା, ମହଙ୍ଗା ହେଲା ! ମେୟର ହଁ କରୁଛନ୍ତି, ବିଏମସି କମିଶନର ମନା କରୁଛନ୍ତି ! ଆନ୍ଦୋଳନକାରୀ କହିଲେ , ଟଙ୍କାଟିଏ ବି ଦେବୁନି

66

କନକ ବ୍ୟୁରୋ : ବିଏମସିର ନୂଆ ଟିକସକୁ ବିରୋଧ । ଟିକସ ବିରୋଧରେ ତେଜିଲା ସ୍ୱର । ରାଜଧାନୀର ରାସ୍ତାରେ ଧାରଣା କିମ୍ବା ଅନ୍ଦୋଳନ କରିବା ପାଇଁ ବିଏମସି ଯେଉଁ ନୂଆ ଟିକସ ବ୍ୟବସ୍ଥା ଆଣିବାକୁ ଯାଉଛି ତାହାକୁ ଜୋରଦାର ବିରୋଧ କରାଯାଇଛି । ବିଶେଷକରି ୫ଶହରୁ ଅଧିକ ଲୋକ ଆନ୍ଦୋଳନ କଲେ ଯେଉଁ ମୁଣ୍ଡ ପିଛା ୫ ଟଙ୍କା ଟିକସ ଦେବା ପାଇଁ ଯେଉଁ ଯୋଜନା କରୁଛି ବିଏମ୍ସି ତାକୁ ବିରୋଧ କରାଯାଇଛି । ପ୍ରଶାସନିକ ଦେୟ ବାବଦ ଅର୍ଥ ଦିଆଯାଉଥିବା ବେଳେ ସଫାସୁତରା ପାଇଁ ସ୍ୱଚ୍ଛ ଭାରତ ଅଭିଯାନରେ ଲୋକଙ୍କ ପାଖରୁ ଟଙ୍କା ଯାଉଥିବା ଆନ୍ଦୋଳନ କରୁଥିବା ଲୋକମାନେ କହିଛନ୍ତି ।

1oriBMCବିଏମସିର ଏହି ବ୍ୟବସ୍ଥା ଅନୁସାରେ ଭୁବନେଶ୍ୱରରେ କୌଣସି ସଂସ୍ଥା ବା ସଂଗଠନ ଆନ୍ଦୋଳନ କଲେ ସର୍ବନିମ୍ନ ୫ଶହ ଟଙ୍କା ଦେୟ ଦେବାକୁ ପଡ଼ିବ । ୫ଶହ ଲୋକ ଯାଏଁ ଆନ୍ଦୋଳନ କଲେ ହଜାରେ ଟଙ୍କା ଏବଂ ୫ଶହରୁ ଅଧିକ ଲୋକ ଏହି ଆନ୍ଦୋଳନ କଲେ ପ୍ରତ୍ୟେକ ବ୍ୟକ୍ତିପିଛା ୫ଟଙ୍କା ଲେଖାଏଁ ଟିକସ ଦେବାକୁ ପଡିବ । ଏନେଇ ବିଏମସି ପକ୍ଷରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇବ ।ତେବେ ଏନେଇ ବିଏମସି କମିସନର କ୍ରିଷନ କୁମାର କହିଛନ୍ତି, ଏଭଳି ନିୟମ ନେଇ କୌଣସି ନିଷ୍ପତି ନିଆ ଯାଇନାହିଁ । ଧାରଣା ସ୍ଥଳରେ ଆବର୍ଜନା ଅଧିକ ହେଉଥିବାରୁ ଏ ବାବଦରେ କିଛି ମାସ ତଳେ କେବଳ ଆଲୋଚନା ହୋଇଥିଲା ।

ଅନ୍ୟପଟେ ଭୁବନେଶ୍ୱର ମେୟର କହିଛନ୍ତି ୨ ବର୍ଷ ତଳୁ ଏହି ନିୟମ ଥିବା ବେଳେ ଏବେ କଡାକଡି କରିବାକୁ ବିଏମସି ଭାବୁଛି । କାରଣ ଲୋୟର ପିଏମଜି ଯେଉଁମାନେ ଧାରଣା ଦେଉଛନ୍ତି ସେଥିପାଇଁ ଆର୍ବଜନା ବି ବଢୁଛି ।ଯାହାକୁ ଆଖି ଆଗରେ ରଖି ସଫେଇର ଆବଶ୍ୟକତା ଥିବା ବେଳେ,ପଇସା କଲେକ୍ସନ ଫଳରେ ରାଜସ୍ୱ ଆସିବ ଓ ସଫେଇ କାମ ତ୍ୱାରାନିତ ହେବ । ସେପଟେ ଆନ୍ଦୋଳନକାରୀ ଏହାକୁ ତୀବ୍ର ନିନ୍ଦା କରିଛନ୍ତି । କହିଛନ୍ତି ସେମାନଙ୍କୁ ଦରମା ମିଳୁନଥିବା ରୁ ସେମାନେ ଆନ୍ଦୋଳନକୁ ଓହ୍ଲାଉଛନ୍ତି ,ତେବେ ସରକାର ସେମାନଙ୍କ ଦାବି ପୂରଣ କରିଦିଅନ୍ତୁ ।ସେମାନେ ଧାରଣାରୁ ଉଠିଯିବେ । କିନ୍ତୁ ବିଏମସି କୁ ଟଙ୍କାଟିଏ ବି ଦେବେ ନାହିଁ ।