ଫିଲ୍ମକୁୁ ନେଇ କରଣ ଓ ଶାହାରୁଖଙ୍କ ବନ୍ଧୁତାରେ ଫାଟ !

34

ବଲିଉଡ କିଙ୍ଗଖାନ ଶାହାରୁଖ ଓ କରଣ ଜୋହରଙ୍କ ମଧ୍ୟରେ ନିବିଡ ସମ୍ପର୍କକୁ ନେଇ ସମସ୍ତେ ଚର୍ଚା କରିଥାନ୍ତି । କିନ୍ତୁ ଏବେ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଏକ ରିପୋର୍ଟ ପ୍ରସ୍ତୁତ ହୋଇଛି । ଦୁହିଁଙ୍କ ବନ୍ଧୁତାରେ ଫାଟର କାରଣ ଫିଲ୍ମ ‘ଇସ୍ତେଫାକ’ ।

ସିଦ୍ଧାର୍ଥ ମାଲହୋତ୍ରା, ସୋନାକ୍ଷୀ ସିହ୍ନା,ଅକ୍ଷୟ ଖାନ୍ନାଙ୍କୁ ନେଇ ନିର୍ମିତ ଫିଲ୍ମ ନଭେମ୍ବର ୩ରେ ରିଲିଜ ହେଉଛି । କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ ଓ ଶାହାରୁଖ ଖାନଙ୍କ ପ୍ରଯୋଜନା ସଂସ୍ଥା ରେଡ ଚିଲିଜ ମିଳିତ ଭାବେ ଏହି ଫିଲ୍ମର ପ୍ରଯୋଜନା କରୁଛନ୍ତି । ଆଶ୍ଚର୍ଯ୍ୟର କଥା କି ଫିଲ୍ମର ରିଲିଜ ତାରିଖ ପାଖେଇ ଆସୁଥିବା ବେଳେ ଫିଲ୍ମର ପ୍ରମୋଶନ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ସାଧାରଣତଃ କରଣ ଜୋହର ତାଙ୍କ ଫିଲ୍ମର ପ୍ରମୋଶନ ଜବରଦସ୍ତ ଷ୍ଟାଇରେ କରିଥାନ୍ତି ଏକଥା ସମସ୍ତେ ଜାଣିଛନ୍ତି ।

ବଲିଉଡଲାଇଫ ଡଟକମ୍ ପ୍ରକାଶ କରିଛି ଫିଲ୍ମ ପ୍ରମୋଶନକୁ ନେଇ ଶାହାରୁଖ ନାରାଜ ଅଛନ୍ତି । ଏହାକୁ ନେଇ ଦୁଇ ବନ୍ଧୁଙ୍କ ମଧ୍ୟରେ ଦୂରତା ବଢିଯାଇଛି । ୧୯୬୯ ମସିହାର ଫିଲ୍ମ ‘ଇସ୍ତେଫାକ’ର ରିମେକ ହେଉଛି ଏ ଫିଲ୍ମ । ‘ଇସ୍ତେଫାକ’ରେ ରାଜେଶ ଖାନ୍ନା ଓ ନନ୍ଦା ମୁଖ୍ୟଭୂମିକାରେ ନଜରକୁ ଆସିବେ ।

କଥା କଣ କି କରଣ ଜୋହର ଫିଲ୍ମର ଅଧିକା ପ୍ରମୋଶନକୁ ନେଇ ଡରି ଯାଇଛନ୍ତି ,କାରଣ ଫିଲ୍ମର କ୍ଲାଇମାକ୍ସ କାଳେ ଲିକ୍ ହୋଇଯିବ । କାରଣ କ୍ଲାଇମାକ୍ସ ଉପରେ ଫିଲ୍ମର ଭବିଷ୍ୟତ ନିର୍ଭର କରେ । ୧୯୬୯ ମସିହାର ଫିଲ୍ମ ‘ଇସ୍ତେଫାକ’ର ରିମେକ ହେଉଛି ଏ ଫିଲ୍ମ, କିନ୍ତୁ ଦୁଇ ଫିଲ୍ମର କ୍ଲାଇମାକ୍ସରେ ଅନେକ ଫରକ ରହିଛି ।

ଏଠାରେ ଆମେ କହି ରଖୁଛୁ କି, ଏହା ପୂର୍ୱରୁ ବି ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଖବରକୁ ନେଇ ବିଭିନ୍ନ ମହଲରେ ଚର୍ଚା ଜୋର ଧରିଥିଲା । କରଣ ନିଜ ଅଟୋବାୟୋଗ୍ରାଫିରେ ଲେଖିଥିଲେ ଶାହରୁଖ ମୋର ଜଣେ ଭଲ ବନ୍ଧୁ କିନ୍ତୁ ତାଙ୍କ ବିନା କୌଣସିଫିଲ୍ମ କଲେ ମୋତେ ବହୁ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ଏବଂ ତାଙ୍କ ବିନା ଫିଲ୍ମ କଲେ ମତେ ବହୁତ ଦୁଃଖ ଲାଗିଥାଏ କାରଣ ତାଙ୍କର ଭାଇ ପରି ସ୍ନେହ ମତେ ମିଳିନଥାଏ ।