ସଫଳତା ଆଗେ ଆଗେ ବିବାଦ ପଛେ ପଛେ ! ଐଶ୍ୱର୍ଯ୍ୟାଙ୍କ କଂଟ୍ରୋଭର୍ସି କ୍ୟାଲେଣ୍ଡର୍

29

୪୩ ବର୍ଷରେ ପାଦ ରଖିଛନ୍ତି ବଲିଉଡ୍ ବିୟୁଟି କୁଇନ ଐଶ୍ୱର୍ଯ୍ୟା ରାୟ ବଚ୍ଚନ  । ୧୯୭୩ ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ଐଶ୍ୱର୍ଯ୍ୟା । ୧୯୯୪ ମସିହାରେ ମିସ୍ ୱାଲ୍ଡର ଟାଇଟଲ୍ ହାସଲ କରିଥିବା ଐଶ୍ୱର୍ଯ୍ୟା ହମ୍ ଦିଲ ଦେ ଚୁକେ ସନମ୍ , ଦେବଦାସ୍ , ଜୋଦ୍ଧା ଆକବର ଭଳି ଫିଲ୍ମରେ ଅଭିନୟ କରି ନିଜ ଦମଦାର ଅଭିନୟର ପରିଚୟ ଦେଇଛନ୍ତି ।

ତେବେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣରୁ ବିବାଦରେ ଛନ୍ଦି ହୋଇ ପଡିଛନ୍ତି ଏହି ବିୟୁଟି କୁଇନ୍ । ଏପରିକି ବିବାହ ପରେ ମଧ୍ୟ ପିଛା ଛାଡିନି ବିବାଦ । ତେବେ ନଜର ପକାନ୍ତୁ ସେମିତି କିଛି ବିବାଦୀୟ ଘଟଣା ଉପରେ ।

ସଲମାନଙ୍କ ସହ ପ୍ରେମ ଓ ବିଚ୍ଛେଦ ଉଭୟ ଐଶ୍ୱର୍ଯ୍ୟାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଥଲା । ୨୦୦୨ରେ ଶାହାରୁଖ ଖାନଙ୍କ ସହ ‘ଚଲତେ ଚଲତେ’ ଫିଲ୍ମ ସୁଟିଂ ବେଳେ ସଲମାନ ସେଟରେ ଐଶ୍ୱର୍ଯ୍ୟାଙ୍କ କାର୍ ଭଙ୍ଗାରୁଜା କରିଥିଲେ । ଯାହା ଫଳରେ ଐଶ୍ୱର୍ଯ୍ୟାଙ୍କୁ ଉକ୍ତ ଫିଲ୍ମରୁ ଶାହାରୁଖ୍ ବାହାର କରିଦେଇଥିଲେ ।

ସଲମାନଙ୍କ ସହ ବ୍ରେକଅପ୍ ପରେ ବିବେକ୍ ଓବରୟଙ୍କ ସହ ଐଶ୍ୱର୍ଯ୍ୟାଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା । କିନ୍ତୁ ଏହି ସଂପର୍କ ମଧ୍ୟ ବେଶି ଦିନ ତିଷ୍ଠି ପାରି ନଥିଲା । ତେବେ ଐଶ୍ୱର୍ଯ୍ୟାଙ୍କୁ ନେଇ ବିବେକ ଓ ସଲମାନଙ୍କ ମଧ୍ୟରେ ବିବାଦ ଉପୁଜିଥଲା ।

ନିର୍ମାତା-ନିର୍ଦେଶକ ରାଜ କୁମାର ସନ୍ତୋଷୀଙ୍କ ଠାରୁ ଆଡଭାନସ୍‌ ନେଇ ବି ଉଭୟ ଅଭିଷେକ ଏବଂ ଐଶ୍ୱର୍ଯ୍ୟା ରାୟବଚ୍ଚନ ଫିଲ୍ମ ପାଇଁ ଡେଟସ୍‌ ଦେଉ ନଥିବା ଅଭିଯୋଗ ହେବାପରେ ବିବାଦରେ ଛନ୍ଦି ହୋଇଥିଲେ ଏହି ସେଲିବ୍ରିଟି ଦମ୍ପତି।

ସେହିପରି ଫିଲ୍ମ ‘ଧୁମ୍ – ୨’ ରେ ହ୍ରିତିକଙ୍କ ସହ ପ୍ରଥମ ଥର ପାଇଁ କିସିଂ ସିନ୍ କରି ବିବାଦୀୟ ହୋଇ ପଡିଥିଲେ ଏହି ବିୟୁଟି ଦିଭା ।

ଆଉ ଏବେ କରଣ ଜୋହରଙ୍କ ଫିଲ୍ମ ‘ଏ ଦିଲ୍ ହୈ ମୁସ୍କିଲ’ରେ ନିଜ ଠାରୁ ବୟସରେ ଢେର୍ ସାନ ରଣବୀର୍ କପୁରଙ୍କ ସହ ଅନ୍ତରଙ୍ଗ ଦୃଶ୍ୟ କରି ମୁସ୍କିଲରେ ପଡିଯାଇଥିଲେ ଐଶ୍ୱର୍ଯ୍ୟା । ଏପରିକି ଉଭୟ ଅଭିତାଭ୍ ଓ ଜୟା ମଧ୍ୟ ତାଙ୍କ ଉପରେ ଖପ୍ପା ଥିଲେ ।