ବାଣ ମାରିଲେ ବିଜୟ ! କହିଲେ, ବାଧ୍ୟ ବାଧ୍ୟକତାରେ ଭୋଟର୍ ବାଛିଲେ ଗେରୁଆ ଦଳ

75

କନକ ବ୍ୟୁରୋ : ବିଜେପିର ବିପୁଳ ସଫଳତା ପଛର ରହସ୍ୟ କଣ ? ଗତ ପଂଚାୟତ ନିର୍ବାଚନ ତୁଳନାରେ କେମିତି ବିଜେପି ପାଇଲା ୯ରୁ ୧୦ ଗୁଣା ଅଧିକ ଆସନ? ଏମିତି କିଛି ପ୍ରଶ୍ନ ଉଠିବା ସ୍ୱାଭାବିକ, କାହିଁକି ନା’ ଶାସକ ବିଜେଡି ଠାରୁ ବହୁ ଦୂରରେ ଥିବା ବିଜେପି ଏବେ ରାଜ୍ୟରେ ଦୁଇ ନମ୍ବର ଦଳ ଭାବେ ଉଭା ହୋଇଛି । ଯଦି ବିଜେପି ଦଳର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ କଥାକୁ ବିଶ୍ୱାସ କରାଯିବ, ତେବେ ଏହା ବିଜେପିର ସଫଳତା ବୋଲି କୁହାଯାଇପାରିବ ନାହିଁ । ବିଜୟ କହିଛନ୍ତି, ବିଜେଡି ଓ କଂଗ୍ରେସ ପ୍ରତି ଲୋକଙ୍କ ଅସନ୍ତୋଷ, ବିଜେପିକୁ ଫାଇଦା ଦେଇଛି । ସେ ଆହୁରି ମଧ୍ୟ କହିଛନ୍ତି, ଯେ ବିଜେପିକୁ ଏଯାଏଁ ଲୋକ ଜାଣିନାହାନ୍ତି ।

ବିଜେପିକୁ ଲୋକ ଜାଣି ନାହାଁନ୍ତି, କିନ୍ତୁ ଭୋଟ୍ ଦେବା ପାଇଁ ଆଗେଇ ଆସିଛନ୍ତି । ପଂଚାୟତ ନିର୍ବାଚନରେ ବିପୁଳ ସଫଳତା ପାଇବା ପରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ଏଭଳି ଏକ ବୟାନ ଏବେ ଚାରିଆଡେ ଗୁଂଜରଣ ସୃଷ୍ଟି କରିଛି । ପଂଚାୟତ ନିର୍ବାଚନର ସଫଳତା ପାଇଁ ବିଜେପିକୁ ଶ୍ରେୟ ଦେବା ପରିବର୍ତେ, ଲୋକେ କଂଗ୍ରେସ ଓ ବିଜେଡିକୁ ଶାସ୍ତି ଦେବା ପାଇଁ ବିଜେପିକୁ ବାଛିଥିବା କହିଛନ୍ତି ବିଜୟ ମହାପାତ୍ର ।

ଏହା ସହ ଦେଖନ୍ତୁ ଏହି ଭିଡିଓ-