ଜୋର ଧରିଲା ଚୁକ୍ତିଭିତିକ ଶିକ୍ଷକ ସଂଘର ଆନ୍ଦୋଳନ ! ପିଏମଜିରେ ପୁଲିସ ସହ ଧସ୍ତାଧସ୍ତି

66

କନକ ବ୍ୟୁରୋ : ଜୋର ଧରିଲା ଚୁକ୍ତିଭିତିକ ଶିକ୍ଷକ ସଂଘର ଆନ୍ଦୋଳନ । ପିଏମଜି ଛକରେ ଶିକ୍ଷକ ଓ ପୁଲିସ ସହ ଧସ୍ତାଧସ୍ତି ହୋଇଛନ୍ତି । ବ୍ୟାରିକେଟ୍ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି ଶିକ୍ଷକ । ଧାରଣାରେ ବସିଥିବା ଶିକ୍ଷକଙ୍କୁ ପୁଲିସ ଗିରଫ କରିଛି ।

ଆଜି ସକାଳେ ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ଓଡିଶା ହାଇସ୍କୁଲ ଚୁକ୍ତି ଭିତିକ ଶିକ୍ଷକ ସଂଘ ଧାରଣା ଦେଇଥିଲେ । ଗ୍ରେଡ ପେ ବୃଦ୍ଧି, ୧୦ ପ୍ରତିଶତ ଦରମା ବୃଦ୍ଧି, ସପ୍ତମ ବେତନ କମିଶନ ସହ ୧୦ ଦଫା ଦାବିରେ ଶିକ୍ଷକମାନେ ଧାରଣା ଦେଇଥିଲେ । ଅନେକ ଥର ଏଭଳି ଆନ୍ଦୋଳନ କଲେ ସୁଦ୍ଧା ସରକାର ଦାବି ପୂରଣ କରୁନଥିବା ଅଭିଯୋଗ କରିଛି ଶିକ୍ଷକ ସଂଘ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-