ଜିଏସଟିକୁ ନେଇ ଆସିଲା ସାଂଘାତିକ ତଥ୍ୟ : ଅତ୍ୟଧିକ ଟିକସ ଚାପରେ ଆସିଲା ଠିକାଦାରଙ୍କ ଆତ୍ମହତ୍ୟାର ଅଭିଯୋଗ

43

କନକ ବ୍ୟୁରୋ : ଦିଲ୍ଲୀପ ନାୟକ । ବୟସ ୪୪ । ପେସାରେ କଂଟ୍ରାକ୍ଟର । ରାଜଭବନ କଲୋନୀର ଟୁ-ଆରଏ-୩୩ରୁ ମିଳିଲା ଦିଲ୍ଲୀପଙ୍କ ମୃତ ଦେହ । ଆତ୍ମହତ୍ୟା କରିଛନ୍ତି ଏହି ହାଇପ୍ରୋଫାଇଲ କଂଟ୍ରାକ୍ଟର । ହେଲେ କଣ ପାଇଁ ସେ ଆତ୍ମହତ୍ୟା କଲେ ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଦୀର୍ଘଦିନ ଧରି ଠିକାଦାରି କରୁଥିବା ଏହି କଂଟ୍ରାକ୍ଟରଙ୍କୁ ଲାଗିଥିଲା ଜି.ଏସ୍.ଟି. ଝଟକା । ୫ ପ୍ରତିଶତ ଭାଟ୍ ଯାଗାରେ ୧୨ ପ୍ରତିଶତ ଜି.ଏସ.ଟି ଦେବାକୁ ମନା କରିଥିଲେ ଦିଲ୍ଲୀପ । ଯାହାକୁ ନେଇ ସରକାରୀ କର୍ମଚାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଏହି ଘଟଣାପରେ ଅତ୍ୟଧିକ ଟିକସର ଚାପ ପାଇଁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ସାଥୀ କଂଟ୍ରାକ୍ଟର ।

ଗଭର୍ଣ୍ଣର ହାଉସର ବ୍ୟାଡମିଂଟନ୍ ହାଉସ ପାଇଁ ୫୦ଲକ୍ଷ ଟଙ୍କାର ଟେଣ୍ଡର କାମ ନେଇଥିଲେ ଦିଲ୍ଲୀପ । ୫ ପ୍ରତିଶତ ଭାଟରେ ଏହି କାମ ପାଇଁ ଚୁକ୍ତିନାମା ଥିଲା । ହେଲେ ୟା ଭିତରେ ଏହି କାମ ପାଇଁ ୧୨ ପ୍ରତିଶତ ହୋଇଯାଇଛି ଜି.ଏସ.ଟି. ସ୍ଲାବ । ଏକଥା ଜାଣିବା ପରେ,ବେଶ କିଛିଦିନ ହେଲା ଅତ୍ୟଧିକ ମାନସିକ ଚାପରେ ଥିଲେ ଦିଲ୍ଲୀପ । କାରଣ ୫ ପ୍ରତିଶତ ଯାଗାରେ ତାଙ୍କୁ ଦେବାର ଥିଲା ୧୨ ପ୍ରତିଶତ ଜି.ଏସ୍.ଟି. । ମିଳିଥିବା ସୂଚନାନୁସାରେ, ଏସବୁ କଥା ସେ ତାଙ୍କ ସୁଇସାଇଡାଲ ନୋଟରେ ଉଲ୍ଲେଖ କରିଛନ୍ତି । ଏହି ସୁଇସାଇଡ୍ ନୋଟ ପୁଲିସ ହାତରେ ଲାଗିଛି ।

କାହା ଚାପରେ ଦିଲ୍ଲୀପ ଆତ୍ମହତ୍ୟା କରିଲେ – ଦିଲ୍ଲୀପଙ୍କ ନିଟକରୁ ମିଳିଥିବା ସୁଇସାଇଡ୍ ନୋଟ୍ ହିଁ ଏକମାତ୍ର ସୁରାକ ଯାହା ଏହି ପୁରା ଘଟଣାର ପର୍ଦ୍ଦାଫାଶ କରିପାରିବ ।