ଚାଷୀଙ୍କ ପାଇଁ ଖୁସି ଖବର, ଠିକା ଚାଷ ପାଇଁ ତିଆରି ହେବ ନିୟମ ! କୃଷକଙ୍କୁ ମିଳିବ ପରିଶ୍ରମର ଉଚିତ୍ ମୂଲ୍ୟ

96

କୃଷକମାନେ ଦେଶର ମେରୁଦଣ୍ଡ ସଦୃଶ । କୃଷିରେ ଗୋଟିଏ ବଡ ଧରଣର ଅଭିବୃଦ୍ଧି ପାଇଁ ଅନେକ ପଦକ୍ଷେପ ନିଆଯାଇଛି । କଠିନ ପରିଶ୍ରମ କରି କୃଷକମାନେ ଦେଶକୁ ଖାଦ୍ୟ ଯୋଗାଉଛନ୍ତି । କିନ୍ତୁ ସେମାନଙ୍କ ପେଟ ଅପୋଷା ରହୁଛି । ପରିଶ୍ରମ ଅଧିକ ହେଉଛି ଫଳ କିନ୍ତୁ ଖୁବ କମ ମିଳୁଛି । ଉଚିତ୍ ମୂଲ୍ୟ ନମିଳିବା ଯୋଗୁଁ ନିଜ ଘର ଚଳାଇବା ପାଇଁ ତାଙ୍କ ପାଇଁ କଷ୍ଟକର ହୋଇପଡ଼ୁଛି । ଚାଷ ପାଇଁ କୃଷକମାନେ ବ୍ୟାଙ୍କ ହେଉ କିମ୍ବା ମହାଜନଙ୍କ ଠାରୁ ଋଣ ଆଣୁଛନ୍ତି । ଅଦିନିଆ ବୃଷ୍ଟି, ରୋଗପୋକ ଲାଗି କୃଷକ ମାନଙ୍କୁ ଉଚିତ ମୂଲ୍ୟ ମିଳିପାରୁ ନାହିଁ । ଶେଷର ଅନ୍ୟଉପାୟ ନପାଇ ଆତ୍ମହତ୍ୟାର ବାଟ ବାଛିନେଉଛନ୍ତି କୃଷକ ।

ତେବେ ଏସବୁକୁ ଦୃଷ୍ଟିରେ ରଖି ସରକାର ନୂଆ ନିୟମ ପ୍ରଣୟନ କରିବା ପାଇଁ ଯାଉଛନ୍ତି । ଠିକା ଚାଷ କାମ ପାଇଁ ଦେଶରେ ହେବ ନିୟମ । କେନ୍ଦ୍ର ସରକାର କଣ୍ଟ୍ରାକ୍ଟ ଫାର୍ମିଂ ତଥା ଠିକା ଚାଷ ପାଇଁ ନିୟମ ପ୍ରଣୟନ କରିବା ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସରକାର କୃଷକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସୁବିଧାଜନକ ମଡ଼େଲ ଉପରେ ଆଧାରିତ କୃଷି ଅଧିନିୟମ ତିଆରି କରୁଛନ୍ତି । ଏହି ନିୟମ କୃଷକଙ୍କ ପାଇଁ ଲାଭଦାୟୀ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି । ଏହା ବ୍ୟତୀତ ଏହି ଅଧିନିୟକ  କୃଷକଙ୍କୁ ଉଚିତ୍ ଦାମ ମିଳିବା ସୁନିଶ୍ଚିତ ହୋଇଯିବ ।

ଏହା ପୁର୍ବରୁ କେନ୍ଦ୍ରୀୟ କୃଷି ଓ କୃଷକ ମଲ୍ୟାଣ ମନ୍ତ୍ରୀ ରାଧାମୋହନ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଚାଷୀଙ୍କୁ ଅନେକ ପ୍ରକାର ସମସ୍ୟା ଭୋଗିବା ପାଇଁ ପଡ଼େ । ଦେଶ ସ୍ୱାଧୀନ ହେବାର ୭୦ ବର୍ଷ ପରେ ବି କୃଷକ ସମୂଦାୟର ୨୨.୫ ପ୍ରତିଶତ ଲୋକ ଗରିବ ରେଖାତଳେ କାଳତିପାତ କରୁଛନ୍ତି । ଆଉ ମଧ୍ୟ ସେ କହିଛନ୍ତି ଏପରି ସ୍ଥିତିରେ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ କଣ୍ଟ୍ରାକ୍ଟ ଫାର୍ମିଂ ଅଧିନିୟମ ଉପରେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ଆଉ ଏନେଇ ସାଧାରଣ ଲୋକଙ୍କର ପରାମର୍ଶ ମଧ୍ୟ ଲୋଡ଼ାଯାଉଛି । ଚଳିତ ମାସରେ ହିଁ ମଡ଼େଲ ତିଆରି ପାଇଁ ନିୟମ ପ୍ରସ୍ତୁତ କରାଯିବ । ଆଉ ତା’ପରେ ରାଜ୍ୟ ଗୁଡ଼ିକ ସହ ଏନେଇ ସବିଶେଷ ଆଲୋଚନା ହେବ ।