୯ ଦିନର ଲୀଳାଖେଳା ଶେଷ । ରତ୍ନବେଦୀକୁ ବାହୁଡ଼ିବେ ଚତୁର୍ଦ୍ଧାମୁର୍ତ୍ତି, ବର୍ଷା ସତ୍ୱେ ଶରଧାବାଲିରେ ଭକ୍ତଙ୍କ ସମାଗମ ।

67

ନବମ ଦିନର ଲୀଳାଖେଳା ସାରି ବାହୁଡ଼େବେ ମହାପ୍ରଭୁ । ତଚୁର୍ଦ୍ଧାମୂରତିଙ୍କ ରଥକୁ ଦକ୍ଷିଣାଭିମୁଖୀ ଦର୍ଶନ କଲେ କୋଟି ପୂଣ୍ୟ ମିଳେ ବୋଲି ଆସ୍ଥା ଓ ବିଶ୍ୱାସ ରହିଛି । ଏହାସହ ପୁରାଣ କିମ୍ବଦନ୍ତୀ ଓ ଶାସ୍ତ୍ରରେ ମଧ୍ୟ ଏଭଳି କିଛି ଅଲୌକିକ ଗାଥା ବର୍ଣ୍ଣିତ ଅଛି । ଏହି ବିଶ୍ୱାସ ରଖି ଆଜି ଶରଧ।।ବାଲିରୁ ମହାପ୍ରଭୁଙ୍କ ତିନି ରଥକୁ ଶ୍ରୀମନ୍ଦିର ଅଭିମୂଖେ ଟାଣି ଟାଣି ଆଣିବେ ଭକ୍ତ ବୃନ୍ଦ । ସେପଟେ ସତେ ଯେମିତି ମହାପ୍ରଭୁଙ୍କ ଶ୍ରୀମନ୍ଦିର ବାହୁଡ଼ା ଯାତ୍ରାକୁ ନେଇ ଇନ୍ଦ୍ର ଦେବତା ଖୁସିରେ ପ୍ରଫୁଲ୍ଲିତ ହୋଇଛନ୍ତି । ଯେଉଁଥି ପାଇଁ ତାଙ୍କ ଆର୍ଶିବାଦ ସଦୃଶ ବର୍ଷାରେ ଭକ୍ତବତ୍ସଳଙ୍କୁ ଭିଯାଉଛନ୍ତି ଇନ୍ଦ୍ରଦେବ ।

ଲଗାଣ ବର୍ଷା ବାଧକ ସାଜିଥିଲେ ମଧ୍ୟ ଶରଧାବାଲିରେ ଶ୍ରୀବିଗ୍ରହଙ୍କୁ ବାହୁଡ଼େଇ ଆଣିବା ପାଇଁ ଭକ୍ତଙ୍କ ସମାଗମ ଧିରେ ଧିରେ ବଢ଼ିବାରେ ଲାଗିଛି । ସେହି ଭାବ ବିନୋଦିଆ କାଳିଆ ସାଆନ୍ତକୁ ଦେଖିବା ପାଇଁ କାହିଁକେତେ ଦୂରରୁ ଧାଇଁ ଆସିଛି ଭକ୍ତ । ରଥ, ପ୍ରସ୍ତୁତ, ପଥ ବି ପ୍ରସ୍ତୁତ କେବଳ ଅପେକ୍ଷା ତିନି ରଥକୁ ବିରାଜମାନ କରିବେ ଶ୍ରୀବିଗ୍ରହ । ଆଉ ଗୁଣ୍ଡିଚା ଦିନ ପରି ମହାପ୍ରଭୁଙ୍କ ପରମ ସେବକ ଗଜପତି ମହାରାଜ ତିନି ରଥକୁ ଛେରା ପହଁରା ଶେଷ କରିବା ପରେ ରଥ ନିର୍ଦ୍ଦେଶକଙ୍କ ପରାମର୍ଶ କର୍ମେ ରଥଟଣା ଆରମ୍ଭ ହୋଇଥାଏ ।

ସେହିପରି ଗତକାଲି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ପାଇଁ ମଧ୍ୟ ଲାଗାଣ ବର୍ଷା ପାଇଁ ପୂର୍ବ ବର୍ଷ ତୁଳନାରେ ଭକ୍ତଙ୍କ ସଂଖ୍ୟା କମିଥିଲା । ହେଲେ ଆଜି ସକାଳୁ ସକାଳୁ ଶ୍ରୀବିଗ୍ରହଙ୍କ ରଥକୁ ବାହୁଡ଼େଇ ଆଣିବା ପାଇଁ ଭକ୍ତଙ୍କ ସମାଗମ ବଢ଼ିବାରେ ଲାଗିଛି । ବାହୁଡ଼ା ଯାତ୍ରାର ବିଶେଷତ୍ୱ ଅନୁସାରେ ମହାପ୍ରଭୁଙ୍କ ରଥାରୂଢ଼ ପୂର୍ବରୁ ତିନି ରଥକୁ ଶ୍ରୀଗୁଣ୍ଡିଚା ଦିନ ପରି ସାଜ୍ଜ ସଜ କରାଯାଇଥାଏ । ପୁଷ୍ପାଳକମାନେ ଶ୍ରୀବିଗ୍ରଙ୍କ ନିମନ୍ତେ ପୁଷ୍ପାମାଳ ଆଣି ରଥକୁ ସୁସଜ୍ଜିତ କରିଥାନ୍ତି । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ରଥାରୁଢ଼ ହେବେ ମହାବାହୁ ଭକ୍ତଙ୍କୁ ଦକ୍ଷିଣାଭିମୂଖୀ ପଥରେ ଦର୍ଶନ ଦେଇ ଅଶ୍ୱମେଧ ଯଜ୍ଞର ଫଳ ପ୍ରାପ୍ତି କରିବେ ଶ୍ରୀବିଗ୍ରହ ।