ପ୍ରତିଦିନ ଏକ କପ୍ କଫି ପିିଇବା ଦ୍ୱାରା ଯକୃତ କର୍କଟ ରୋଗର ଆଶଙ୍କା କମିଯାଏ, ଜାଣନ୍ତୁ କିପରି

96

ଦୈନିକ କପେ କଫି ପିଇଲେ ଆପଣ ଦୀର୍ଘଜୀବୀ ହୋଇ ପାରିବେ ବୋଲି ବିଜ୍ଞାନୀମାନେ ମତ ଦିଅନ୍ତି । ସେମାନେ ଜାଣି ପାରିଛନ୍ତି, ଯେ କଫି ପିଇବା ଯୋଗୁଁ ହୃଦରୋଗ, କର୍କଟରୋଗ, ପକ୍ଷାଘାତ ଏବଂ ମଧୁମେହ ହେବାର ଆଶଙ୍କା କମ୍ ହୋଇଯାଏ । ଦୈନିକ କପେ କଫି ପିଉଥିବା ଲୋକଙ୍କର କଫି ପିଉ ନ ଥିବା ଲୋକଙ୍କ ତୁଳନାରେ ଶତକଡ଼ା ୧୨ ଭାଗ ମୃତ୍ୟୁର କମ୍ ଆଶଙ୍କା ଥାଏ । ପୁଣି ଦୈନିକ ଦୁଇ ତିନି କପ୍ କଫି ପିଉଥିବା ଲୋକଙ୍କର ମୃତ୍ୟୁ ଆଶଙ୍କା ୧୮% କମ୍ ବୋଲି ସେମାନେ କହିଛନ୍ତି ।

ତେବେ କଫି ପିଇବା କ୍ଷତିକମାରକ ବୋଲି ଅନେକ ଲୋକ ଭାବନ୍ତି । ଲୋକଙ୍କୁ ଲାଗେ ଅଧିକ କଫି ପିଇବା ଦ୍ୱାରା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡ଼ିବ । କିନ୍ତୁ ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ପ୍ରତି ଦିନ କଫି ପିଇବାର ଅଭ୍ୟାସ ଆପଣଙ୍କୁ ଯକୃତ କର୍କଟରୁ ରକ୍ଷା କରିବ । କଫିରେ ଥିବା କୈଫିନ କାରଣରୁ ଏହାକୁ ସ୍ୱାସ୍ଥ୍ୟ ପକ୍ଷେ ହିତକର କୁହାଯାଏ । କୈଫିନ ଶାରୀରକୁ ଶକ୍ତି ଯୋଗାଇବାରେ ସାହଯ୍ୟ କରେ । ଏଥିପାଇଁ ସବୁବେଳେ ମାନସିକ କିମ୍ବା ଶାରୀରିକ ଦୁର୍ବଳତା ଦୂର କରିବା ପାଇଁ କଫି ସେବନ କରିବା ଉଚିତ୍ ।

ପୂର୍ବରୁ ହୋଇଥିବା ଅନେକ ସର୍ବେକ୍ଷଣରେ କୁହାଯାଉଥିଲା କଫିରେ ଅନେକ କ୍ଷତିକାରକ ଗୁଣ ରହିଛି । କଫି ସେବନ ଦ୍ୱାରା ପେଟ ଖରାପ ହେବା, ଉଚ୍ଚ ରକ୍ତଚାପ ଓ ମାନସିକ ବିଷାଦ ପରି ସମସ୍ୟା ହୋଇଥାଏ । ଏକ ନୂତନ ଅଧ୍ୟୟନ ଅନୁସାରେ ପ୍ରତିଦିନ ଏକ କପ କଫି ପିଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର । ପ୍ରତିଦିନ କଫି ପିଇବା ଦ୍ୱାରା ଯକୃତ କର୍କଟର ଭୟ ୨୦ ପ୍ରତିଶତ କମ ହୋଇଯାଏ । ଆଉ ୫ କପ କଫି ପିଉଥିବା କଫି ପିଉଥିବା ଲୋକଙ୍କ ପାଇଁ ଏହା ୫୦ ପ୍ରତିଶତ କମ ହୋଇଯାଏ । ତେବେ ଅଧ୍ୟୟନକର୍ତ୍ତାମାନେ ଏନେଇ ଅଧିକ କଫି ପିଇବା ପାଇଁ ପରାମର୍ଶ ଦେଇଛନ୍ତି ।ଏହି ଅଧ୍ୟୟନରେ ପାଖାପାକି ୨.୨୫ ମିିଲିୟନ ଲୋକଙ୍କୁ ସାମିଲ କରାଯାଇଥିଲା । ଏହା ବ୍ୟତୀତ ଅଧ୍ୟୟନରେ କୁହାଯାଇଛି ପ୍ରତିଦିନ ୨ କପ କଫି ପିଉଥଇବା ଲୋକେ ଯକୃତ କର୍କଟ ହେବାର ଆଶଙ୍କା ୩୫ ପ୍ରତିଶତ କମ ହୋଇଯାଏ । ଅଧ୍ୟୟନ ଅନୁସାରେ ସନ୍ତୁଳିତ ମାତ୍ରାରେ କଫିର ସେବନ ଅଦ୍ଧୁତ ପ୍ରାକୃତିକ ଔଷଧ ରୂପେ କାମ କରେ ।

ଆପଣ ଗ୍ରୀନ କଫି ମଧ୍ୟ ବ୍ୟବହାର କରିପାରିବେ-
ତେବେ ଗ୍ରୀନ୍ ଚା ଭଳି ଗ୍ରୀନ୍ କଫିର ଚାହିଦା ମଧ୍ୟ ଆଜିକାଲି ବହୁତ ବେଶି ଏବଂ ଲୋକ ସାଧାରଣତଃ ଏହାକୁ ବହୁଳ ଭାବରେ ବ୍ୟବହାର କରୁଛନ୍ତି । ଗ୍ରୀନ କଫି ପିଇବାର ବହୁତ ଉପକାରିତା ମଧ୍ୟ ରହିଛି ।

– ଗ୍ରୀନ୍ କଫିରେ ପ୍ରଚୁର ପରିମାଣରେ ଆଂଟି ଅକ୍ସିଡାଂଟସ୍ ରହିଥାଏ, ତେଣୁ ଏହା ଚେହେରା ଏବଂ ଚୁଟି ପାଇଁ ଭଲ କାମ କରିଥାଏ । ଏଥିରୁ ମିଳୁଥିବା କଲେରୋଜୋନିକ୍ ଏସିଡ୍ ଉଚ୍ଚ ରକ୍ତଚାପକୁ ଠିକ୍ ରଖିବାରେ ସାହାଯ୍ୟ କରେ ।

– ଓଜନ କମାଇବା ପାଇଁ ଗ୍ରୀନ କଫି ବହୁତ ଉପକାରୀ ସାବ୍ୟସ୍ତ ହୋଇଥାଏ । ସକାଳୁ ସକାଳୁ ଖାଲି ପେଟରେ କଫି ପିଇଲେ ଏହା ଓଜନ କମାଇବା ସହିତ ଶରୀରର ସୁନ୍ଦରତାକୁ ବୃଦ୍ଧି କରିଥାଏ ।

– ଗ୍ରୀନ କଫି ପିଇବା ଦ୍ୱାରା କ୍ୟାନସର ନାମକ ମାରାତ୍ମକ ରୋଗରୁ ମଧ୍ୟ ରକ୍ଷା ମିଳିଥାଏ । ଏହା ଶରୀର ମଧ୍ୟରେ କ୍ୟାନସର କୋଷ ଗୁଡିକୁ ତିଆରି ନ’କରିବାରେ ସାହାଯ୍ୟ କରେ ।

– ଗ୍ରୀନ କଫି ଶରୀରରେ ମେଟାବାଲିଜମର ମାତ୍ରାକୁ ବହୁତ ପରିମାଣରେ ବଢାଇଥାଏ, ଯାହା ଶରୀରକୁ ଫୁର୍ତ୍ତି ଯୋଗାଇବାରେ ସାହାଯ୍ୟ କରେ ।