ବଜାରରେ ଶହେ ଟଙ୍କା ଟପିଲା ଟମାଟୋ ଦର ! ପ୍ରତିବାଦରେ ଯାଜପୁରରେ ନବନିର୍ମାଣ କୃଷକ ସଂଗଠନର ବିରୋଧ ପ୍ରଦର୍ଶନ

21

କନକ ବ୍ୟୁରୋ: ସେଂଚୁରୀ ମାରିଲା ଟମାଟୋ । ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଆକାଶ ଛୁଆଁ ହୋଇଛି ବିଲାତିବାଇଗଣର ଦର । ଅଧିକାଂଶ ସ୍ଥାନରେ ତ ଟମାଟୋ କିଲୋ ପିଛା ୧୦୦ଟଙ୍କା ଉପରେ ବିକ୍ରୀ ହେଉଛିି । କିଛି ମାସ ତଳେ କିଲୋ ପିଛା ୭୦ ପଇସାରେ ଟାମଟୋ ବିକ୍ରି କରିଥିବା ଚାଷୀ ଏବେ ସେହି ଟାମଟେକୁ ମାର୍କେଟରୁ ୧୦୦ଟଙ୍କା ଦରରେ କିଣିବା ପାଇଁ ବାଧ୍ୟ ହେଉଛି ।

ଟମାଟୋ କିଣିବା ଏବେ ସାଧାରଣ ଗ୍ରାହକଙ୍କ ପାଇଁ ମୁସ୍କିଲ ହୋଇଯାଇଛି । କାରଣ ଟମାଟୋ ଦର ଆସି ପହଂଚିଛି କିଲୋ ପିଛା ୧୦୦ରୁ ୧୩୦ ଟଙ୍କାରେ । ଏଣୁ ପୂର୍ବରୁ କିଲୋରୁ ଦୁଇ କିଲୋ ଟମାଟୋ କିଣୁଥିବା ଗ୍ରାହକ ଏବେ ଅଧା କିଲୋ ଟମାଟୋ କିଣି ଘରକୁ ନେଉଛନ୍ତି । ସେପଟେ ସମ୍ବଲପୁର, ବ୍ରହ୍ମପୁର, ନୂଆପଡା, ବରଗଡ, ଜଗତସିଂହପୁର ଓ ମାଲକାନଗିରି ଜିଲ୍ଲାରେ ଟମାଟେ କିଲୋ ୮୦ଟଙ୍କା ରହିଛି । ତେବେ ପୁରୀ ଜିଲ୍ଲାରେ ଟମାଟୋ କିଲୋ ସବୁଠାରୁ କମ୍ ୬୦ଟଙ୍କା ରହିଛି । ରାଜ୍ୟ ବ୍ୟବସାୟୀ ସଂଘର କହିବା କଥା ରାଜ୍ୟ ବର୍ତ୍ତମାନ ଟାମାଟୋ ପାଇଁ ବାଙ୍ଗାଲୋର ଉପରେ ନିର୍ଭରଶୀଳ । ବାଙ୍ଗାଲୋରରେ ଏବେ ଟମାଟୋର ଦର ଅଧିକ ଥିବାରୁ ଓଡିଶା ଉପରେ ଏହାର ପ୍ରଭାବ ପଡୁଛି । ଆଉ କିଛି ଦିନ ଭିତରେ ମହାରାଷ୍ଟ୍ରରୁ ଟାମଟୋ ଆମଦାନୀ ଆରମ୍ଭ ହେଲେ ଦର କମିଯିବ ।

ଟମାଟୋ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ନବନିବର୍ମାଣ କୃଷକ ସଂଘ । ଗତ କିଛି ଦିନ ମଧ୍ୟରେ ପନିପରିବାର ଅହେତୁକ ଦରର ପ୍ରତିବାଦ କରିବ ସଂଘ । ଏହାସହ ଯାଜପୁର ଜିଲ୍ଲାରେ ତୈଳବୀଜ ସଂରକ୍ଷଣର କୌଣସି ସୁବିଧା ନାହିଁ । ଫଳରେ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଭାବୀ ବିକ୍ରିର ଶିକାର ହେବା ସହ ଚାଷୀଙ୍କୁ ଉଚିତ ପ୍ରାପ୍ୟ ମିଳୁନି ଏହାର ପ୍ରତିବାଦରେ ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ଚଣ୍ଡିଖୋଲଠାରେ ପ୍ରାୟ ୨ହଜାର ଚାଷୀ ଏକତ୍ରିତ ହୋଇ ସାମୂହିକ ଭାବେ ପ୍ରତିବାଦ କରିବେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –