ଉତରପ୍ରଦେଶ କାନପୁରରେ ଭୁଶୁଡିଲା ନିର୍ମାଣଧିନ କୋଠା : ୯ରେ ପହଚିଂଲା ମୃତ ଦେହ, ୧୨ ଗୁରୁତର

43

କନକ ବ୍ୟୁରୋ : ଉତରପ୍ରଦେଶ କାନପୁରରେ ନିର୍ମାଣଧିନ କୋଠା ଭୁଶୁଡି ୯ଜଣଙ୍କର ମୃତ୍ୟୁ ହୋଇଛି । ୭ମହଲା କୋଠା ନିର୍ମାଣରେ ନିୟୋଜିତ ଥିବା ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହାସହ କୋଠା ତଳେ ପୋତି ହୋଇରହିଥିବା ୧୭ଜଣ ଆହତଙ୍କୁ ଉଦ୍ଧାର କରାଯାଇଛି । ଏମାନଙ୍କ ମଧ୍ୟରୁ ପ୍ରାୟ ୧୨ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଭଙ୍ଗା କୋଠା ତଳେ ଏବେବି ପାଖାପାଖି ୨୩ରୁ ଅଧିକ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି ।

ଘଟଣାସ୍ଥଳରେ ସେନା ଓ ଏନଡିଆରଏଫର ମିଳିତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଘଟଣାରେ ବିଲଡିଂ ମାଲିକ ସମାଜବାଦୀ ପାର୍ଟି ନେତା ମହତାବ ଆଲମଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି । ତେବେ ଘଟଣା ପରଠାରୁ ସେ ଫେରାର ଥିବା ସୂଚନା ମିଳିଛି । ୭ମହଲା ବିଶିଷ୍ଟ କୋଠା ନିର୍ମାଣ ବେଳେ ଗତକାଲି ଏହା ଭୁଶୁଡି ପଡିଥିଲା ।