ଜୟାଙ୍କ ସ୍ମୃତିରେ ଭାବବିହ୍ୱଳ କନେଷ୍ଟବଳ ! ଆମ୍ମା ମନ୍ଦିର ଗଢିବାକୁ ଛାଡିଲେ ଚାକିରି

46

ଜୟଲଳିତାଙ୍କ ମୃତ୍ୟୁ ପରେ ଯେମିତି ଗୋଟିଏ ଯୁଗର ଅବସାନ ଘଟିଛି । ନା କେବଳ ତାମିଲନାଡୁବାସୀଙ୍କ ମନରେ ବରଂ ସମଗ୍ର ଭାରତୀୟ ରାଜନୀତିରେ ରହିଯାଇଛି ଏକ ଅପୂରଣୀୟ ସ୍ଥାନ । ପ୍ରିୟ ଆମ୍ମାଙ୍କ ମୃତ୍ୟୁରେ ମର୍ମାହତ ହୋଇ ଶତାଧିକ ଲୋକ ପ୍ରାଣ ହରାଇଥିବା ଖବର ଦୃଶ୍ୟପଟ୍ଟରୁ ଲିଭି ନଥିବା ବେଳେ ଏବେ ଆଉ ଏକ ଚାଂଚଲ୍ୟକର ଘଟଣା ସାମ୍ନାକୁ ଆସିଛି ।

ଆର୍ ଭେଲମୁରୁଗନ୍ ନାମକ ଜଣେ ବ୍ୟକ୍ତି ଜୟଲଳିତାଙ୍କ ସ୍ମୃତିରେ ଏକ ମନ୍ଦିର ତିଆରି କରିବା ପାଇଁ ନିଜ ପୁଲିସ୍ ଚାକିରି ଛାଡି ଦେଇଛନ୍ତି । ଆସନ୍ତା ଫେବ୍ରୁଆରୀ ମାସରୁ ସେ ଏହି ମନ୍ଦିର କାର୍ଯ୍ୟ ଆରମ୍ଭ କରିବେ । କହିଛନ୍ତି ନିଜର ସମସ୍ତ ସମୟ ସେ ଆମ୍ମାଙ୍କ ମନ୍ଦିର ତିଆରି କରିବାରେ ଲଗାଇବେ । ପୁଲିସ୍ ବିଭାଗରେ ହେଡ୍ କନେଷ୍ଟବଳ ଥିବା ଭେଲମୁରୁଗନ୍ କିଛି ବର୍ଷ ଜୟାଙ୍କ ସିକ୍ୟୁରିଟି ଗାର୍ଡ ଫୋର୍ସରେ ମଧ୍ୟ କାମ କରିଥିଲେ । ଆଉ ଜୟାଙ୍କୁ ନିଜ ଆଦର୍ଶ ବୋଲି ମାନନ୍ତି ଭେଲମୁରୁଗନ୍ ।

କିଛି ବର୍ଷ ତଳେ ଦୀର୍ଘ ୮୧ ଘଂଟା ଗୋଟିଏ ଗୋଡରେ ଛିଡା ହେବା ସହ ୮୧ ଦିନରେ ୩୬୦୦ କିଲୋମିଟର ଦୌଡି ରେକର୍ଡ କରିଥିଲେ ଭେଲମୁରୁଗନ୍ । କେବଳ ମେଡାଲକୁ ନିଜ ପାଖରେ ରଖି ପୁରସ୍କାରର ସମସ୍ତ ଅର୍ଥରାଶିକୁ ଦାନ କରି ସେ ଚର୍ଚ୍ଚାରେ ଥିଲେ ।