ମହଙ୍ଗା ପଡିଲା ବଟି ନେବା : ବଟି ନେଉଥିବାର ଭିଡିଓ ଭାଇରାଲ ପରେ କନେଷ୍ଟବଳଙ୍କୁ ନିଲମ୍ବନ କଲେ କଟକ ଡିସିପି

36

କନକ ବ୍ୟୁରୋ :  ମହଙ୍ଗା ପଡିଲା ବଟି । ଜଣେ ଗାଡି ଚାଳକଙ୍କ ଠାରୁ ବଟି ନେଉଥିବାବେଳେ କଟକରେ ଧରାପଡିଛି କନେଷ୍ଟବଳ । ବଟି ନେଉଥିବାବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଡିସିପି ଅଖିଳେଶ୍ୱର ସିଂହ ଟ୍ରାଫିକ୍ କନେଷ୍ଟବଳ ବଳରାମ ସେଠୀଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି । ସୂଚନା ଅନୁଯାୟୀ ଗତ ମଙ୍ଗଳବାର ପ୍ରାୟ ଦୁଇଟା ବେଳେ କଟକ ଟ୍ରାଫିକ୍ ପୁଲିସର କନେଷ୍ଟବଳ ବଳରାମ ସେଠୀ ଶିଖରପୁର ଛକରେ ଡ୍ୟୁଟି କରୁଥିଲେ । ଏହି ସମୟରେ ଜଣେ ଟାଟା ଏସି ଚାଳକ ନିୟମ ଖିଲାପ କରି ଖସିଯାଇଥିଲେ । ଭିତରେ ଡ୍ରାଇଭର ଏବଂ ସହଯୋଗୀ ସିଟ୍ ବେଲଟ୍ ପିନ୍ଧିନଥିବାରୁ ଡ୍ରାଇଭରଙ୍କୁ ୧ ହଜାର ଟଙ୍କା ମାଗିଥିଲେ । ଡ୍ରାଇଭର ଏତେ ଟଙ୍କା ନଥିବା କହି ମୁଲଚାଲ କରିଥିଲେ । ତେବେ ମୁଲଚାଲ ହେବା ପରେ ଡ୍ରାଇଭର କନେଷ୍ଟବଳଙ୍କୁ ୩୦୦ଟଙ୍କା ଦେଇଥିଲେ । ଏସବୁର ଦୃଶ୍ୟ ମୋବାଇଲରେ ରେକର୍ଡିଂ ହୋଇଥିଲା ।