ଉତ୍ତରପ୍ରଦେଶରେ ବିଜେପି ନେତାଙ୍କ ଗୁଣ୍ଡାଗିରି ! ହୋଟେଲ ଭିତରେ କନଷ୍ଟେବଳଙ୍କୁ ନିସ୍ତୁକ ଛେଚିଲେ ନେତା, ଭାଇରାଲ ହେଲା ଭିଡିଓ ।

30

କନକ ବ୍ୟୁରୋ : ୟୁପି ମିରଠରୁ ଆସିଲା ବିଜେପି ନେତାଙ୍କ ଗୁଣ୍ଡାଗିରିର ଚିତ୍ର । କନଷ୍ଟେବଳକୁ ତଳେ ପକାଇ ମାଡ ମାରିଲେ ବିଜେପି କର୍ମୀ । ଏପରିକି ମହିଳାଙ୍କୁ ବି ଛାଡିଲେନି । ମିରଠ କଙ୍କରଖେଡା ଅଂଚଳରେ ଘଟିଛି ଏହି ଘଟଣା । ସୂଚନା ଅନୁଯାୟୀ ସେଠାରେ ଥିବା ଏକ ହୋଟେଲକୁ କନଷ୍ଟେବଳ ଜଣକ ମହିଳା ଓକିଲଙ୍କ ସହ ଖାଇବାକୁ ଆସିଥିଲେ । ଏହି ସମୟରେ ହୋଟେଲର ମାଲିକଙ୍କ ସହ ତାଙ୍କର କୌଣସି କାରଣରୁ ଝଗଡା ହୋଇଥିଲା ।

ତେବେ ହୋଟେଲ ମାଲିକ ସଙ୍ଗେ ସଙ୍ଗେ ଘଟଣାସ୍ଥଳକୁ ଏହି ବିଜେପି ନେତାଙ୍କୁ ଡାକିଥିଲେ । ସେ ହୋଟେଲରେ ପହଁଚି କନଷ୍ଟେବଳଙ୍କ ସହ ଯୁକ୍ତି ତର୍କ କରିବା ସହ ମାଡ ମାରୁଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଉପସ୍ଥିତ ଥିବା ମହିଳା ଓକିଲ କନଷ୍ଟବଳକୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ । କିନ୍ତୁ ହୋଟେଲ ମାଲିକ ଓ ବିଜେପି ନେତା ତାଙ୍କୁ ମଧ୍ୟ ଛାଡିନଥିଲେ । ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ପୁଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।