ରାଜଧାନୀରେ କନେଷ୍ଟବଳଙ୍କୁ ଆକ୍ରମଣ ମାମଲା : ୩ ଜଣଙ୍କୁ ଅଟକ ରଖିଛି ଖଣ୍ଡଗିରି ପୁଲିସ

28

ଭୁବନେଶ୍ୱର : ଭୁବନେଶ୍ୱରରେ ରାଜରାସ୍ତାରେ କନେଷ୍ଟବଳକୁ ଗ୍ୟାଙ୍ଗଷ୍ଟାରଙ୍କ ମରଣାନ୍ତକ ଆକ୍ରମଣ ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୁଲିସ । ଖଣ୍ଡଗିରି ଥାନା ପୁଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । ଗତକାଲି ଦିନ ଦ୍ୱିପହରରେ ବିଚ ରାସ୍ତାରେ ଦୃର୍ବୁତମାନେ ଗୋଡାଇ ଗୋଡାଇ ହାଣିଥିଲେ କନେଷ୍ଟବଳଙ୍କୁ ।

କନେଷ୍ଟବଳ ଶକ୍ତି ରଂଜନ ବାରିକଙ୍କୁ ପାଖାପାଖି ୫ରୁ ଅଧିକ ଦୃର୍ବୁତ ଖଣ୍ଡା, ଭୁଜାଲି ଧରି ଆକ୍ରମଣ କରିଥିଲେ । ଆକ୍ରମଣରେ ଗୁରୁତରଭାବେ ଆହତ ଥିବା ଶକ୍ତି ଏଏମଏସ୍  ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।